ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ଜଣେ ନିଖୋଜ, ବଣଭୋଜି କରିବାକୁ ଆସିଥିଲେ

କରଞ୍ଜିଆ :  ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ହୋଇଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲିକୁଦା ଅଞ୍ଚଳ ର ନିତ୍ୟାନନ୍ଦ ଦାସ ଙ୍କ ପୁଅ ବିଶ୍ୱଜିତ(୧୮)  । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ରବିବାର ବଣଭୋଜି କରିବାକୁ ଆସିଥିଲେ ଏକ ମୋଟର୍ସ କମ୍ପାନୀର ପ୍ରାୟ ୧୭ ଜଣ କର୍ମଚାରୀ  ।

ସେଠାରେ ବୈତରଣୀ ନଦୀର ଭୀମକୁଣ୍ଡର ଉପରମୁଣ୍ଡରେ ସେମାନଙ୍କ ମଧ୍ୟରୁ କେତେଜଣ ନଦୀ ପାଣିରେ ଗାଧୋଉଥିଲେ  । ଗାଧୋଉଥିବା ସମୟରେ ବିଶ୍ୱଜିତ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଏନେଇ ଅନ୍ୟମାନେ ଠାକୁରମୁଣ୍ଡା ଥାନାକୁ ସୂଚନା ଦେବା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଣି ଭିତରେ ପଶି ଖୋଜା ଖୋଜି କରିଥିବା ବେଳେ ସନ୍ଧ୍ୟା ୫.୩୦ ଟା ପର୍ଯ୍ୟନ୍ତ ନିଖୋଜର ସନ୍ଧାନ ପାଇ ନାହାଁନ୍ତି।

You might also like