ବୈତରଣୀ ନଦୀରେ ଗାଧେଇବାକୁ ଯାଇ ପର୍ଯ୍ୟଟକ ନିଖୋଜ ଘଟଣା, ୧୮ ଘଣ୍ଟା ପରେ ବି ମିଳୁନି ସନ୍ଧାନ

କରଞ୍ଜିଆ: ବୈତରଣୀ ନଦୀରେ ଗାଧେଇବାକୁ ଯାଇ ପର୍ଯ୍ୟଟକ ନିଖୋଜ । ୧୮ ଘଣ୍ଟା ପରେ ବି ମିଳୁନି ସନ୍ଧାନ । ଗତକାଲି ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ରବିବାର ବଣଭୋଜି କରିବାକୁ ଆସିଥିଲେ । ଜଣେ ବ୍ୟକ୍ତି ବୈତରଣୀ ନଦୀରେ ଗାଧେଇବାକୁ ଯାଇ ଗତକାଲି ଦିନ ଗୋଟିଏ ସମୟରୁ ନିଖୋଜ ଅଛନ୍ତି । ନିଖୋଜ ହୋଇଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲିକୁଦା ଅଞ୍ଚଳ ବିଶ୍ୱଜିତ ବୋଲି ଜଣାପଡିଛି ।
ବାଲିକୁଦା ଅଞ୍ଚଳରୁ ୧୭ ଜଣ ଭୀମକୁଣ୍ଡକୁ ବଣଭୋଜି କରିବାକୁ ଆସିଥିଲେ। ଦିନ ସମୟରେ ବୈତରଣୀ ନଦୀର ଭୀମକୁଣ୍ଡର ଉପରମୁଣ୍ଡରେ ସେମାନଙ୍କ ମଧ୍ୟରୁ କେତେଜଣ ନଦୀ ପାଣିରେ ଗାଧଉ ଥିଲେ। ଗାଧଉ ଥିବା ସମୟରେ ବିଶ୍ୱଜିତ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇ ଯାଇଛନ୍ତି ।
ଠାକୁରମୁଣ୍ଡା ପୋଲିସ ଉପସ୍ଥିତି ରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ପଶି ଖୋଜା ଖୋଜ କରିଥିଲେବି ସନ୍ଧାନ ମିଳି ପାରି ନଥିଲା । ରାତି ହେଇ ଯିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖା ଯାଇଥିଲା । ଆଉ କିଛି ସମୟ ପରେ ଓଡ୍ରାଫ ଟିମ ଏବଂ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ।
Also read:ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ଜଣେ ନିଖୋଜ, ବଣଭୋଜି କରିବାକୁ ଆସିଥିଲେ