ଷ୍ଟିଲ ସିଟି ରାଉରକେଲାରେ ଫୁଟିଲା ଗୁଳି, ସଂଘବଦ୍ଧ ଆକ୍ରମଣ ପରେ ଯୁବକଙ୍କୁ ଗୁଳି ମାଡ଼ କରି ଅଭିଯୁକ୍ତ ଫେରାର୍

ରାଉରକେଲା(କେନ୍ଯୁଜ୍): ଷ୍ଟିଲ ସିଟି ରାଉରକେଲାରେ ଫୁଟିଲା ଗୁଳି । ରାତି ପ୍ରାୟ ୯ଟା ବେଳେ ବନ୍ଧମୁଣ୍ଡା ରେଳବାଇ ହାଇସ୍କୁଲ ପଡ଼ିଆରେ ସଂଘବଦ୍ଧ ଆକ୍ରମଣ ପରେ ଯୁବକଙ୍କୁ ଗୁଳି ମାଡ଼ କରି ଅଭିଯୁକ୍ତ ଫେରାର । ଆହତଙ୍କ ବାମ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ପରେ ଇସ୍ପାତ ଜେନେରାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଆହତ ସେଲକଟ ଚିରଞ୍ଜିବୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଜମିଜମା କାରବାରକୁ ନେଇ ଗୁଳିକାଣ୍ଡ ଘଟିଥିବା ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁସାରେ କ୍ରିଷ୍ଣା ଛତ୍ରୀ ତାଙ୍କ ସହଯୋଗୀଙ୍କ ସହ ମିଶି ସେଲକଟ ଚିରଞ୍ଜିବି କୁ ବନ୍ଧମୁଣ୍ଡା ରେଳବାଇ ହାଇସ୍କୁଲ ପଡିଆକୁ ଡାକିଥିଲେ । ସେଠାରେ ବଚସା ପରେ କ୍ରିଷ୍ଣା ଛତ୍ରୀ ଗୁଳିମାଡ଼ କରିଥିଲେ । ରାଉରକେଲା ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.