ରାଗରେ ନଦୀକୁ ଡେଇଁ ପଡିଲେ ବ୍ୟକ୍ତି, ପାଣି କମ ଥିବାରୁ ବର୍ତ୍ତିଗଲା ଜୀବନ

ଯାଜପୁର: ଘରୋଇ କଳହର କରୁଣ ପରିଣତି । ପତ୍ନୀ ଓ ପିଲାଙ୍କ ଆଗରେ ବୈତରଣୀ ନଦୀକୁ ଡେଇଁ ଜୀବନ ହରିବାକୁ ଉଦ୍ୟମ କଲେ ସ୍ୱାମୀ । କିନ୍ତୁ ସୌଭାଗ୍ୟବଶତଃ ନଦୀରେ ପାଣି କମ ଥିବାରୁ ଅଲ୍ପକେ ବର୍ତ୍ତିଲା ଜୀବନ । ଅଗ୍ନିଶମବାହିନୀ କଲେ ଉଦ୍ଧାର। ଯୁବକ ଜଣଙ୍କ ହେଲେ ରାଜକନିକା ଅଞ୍ଚଳର ସୁକାନ୍ତ ମିଶ୍ର ।
ସୂଚନା ଅନୁସାରେ ସୁଶାନ୍ତ କୌଣସି କାରଣରୁ ନିଜ ପତ୍ନୀ ଓ ପୁଅଙ୍କ ସାମ୍ନାରେ ଜୀବନ ହାରିବା ପାଇଁ ନଦୀକୁ ଡେଇଁଥିଲେ । ସେଠାରେ ଲୋକ ରୁଣ୍ଡ ହୋଇଥିବା ଦେଖି ଅଗ୍ନିଶମ ବିଭାଗ ନଦୀକୁ ଯାଇ ସୁଶାନ୍ତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ନଦୀରେ ପାଣି କମ ଥିବାରୁ ସୁଶାନ୍ତଙ୍କ ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି ।
ଆହୁରି ପଢ଼ନ୍ତୁ : ଏମ୍ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଆରମ୍ଭ, ସରକାରୀ କ୍ଷେତ୍ରରେ ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ