ଚତୁର ମଣିଷର କ୍ରୁରତା, ଚୂଲିରେ ମଳତ୍ୟାଗ କଲେ ବୋଲି ଗୁଲୁଗୁଲୁରା ବିଷ ଦେଇ ୫ କୁକୁରଙ୍କୁ ମରିଦେଲା ଏ ବ୍ୟକ୍ତି

ଚୌଦ୍ୱାର(କେନ୍ୟୁଜ୍): ଦିନକୁ ଦିନ କ୍ରୁର ହୋଇ ଯାଉଛି  ମଣିଷ। ବିଶ୍ୱାସରେ ବିଷ ଦେଲା ସ୍ୱାର୍ଥପର ମଣିଷ । ନିଜର ସାମନ୍ୟତମ ସ୍ବର୍ଥରେ ଆଞ୍ଚ ଆସିଲେ ନିରୀହ ପଶୁ ଭଳି ହେବାକୁ ମଧ୍ୟ ପଛାଉ ନାହିଁ।  ଯାହାର ଏକ ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କଟକ ଚୌଦ୍ୱାର ଶଙ୍କରପୁର ଅଂଚଳରେ।  ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଗୁଲୁଗୁଲାରେ ଦାନାଦାର୍ ଦେଇ ୫ଟି ବୁଲା କୁକୁରଙ୍କୁ ମାରି ଦେଇଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି।

 ମିଳିଥିବା ସୂଚନା ମୁତାବକ ଏହି ଅଂଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅଧିକ। ବାରମ୍ବାର କୁକୁର ଗୁଡ଼ିକ ସେହି ବ୍ୟକ୍ତିଙ୍କ ଘରେ ପଶିବା ଫଳରେ ଓ ତାଙ୍କ ବାରଣ୍ଡାରେ ଥିବା ଚୁଲିରେ ମଳ ତ୍ୟାଗ  କରଥିଲେ। ତେଣୁ ବାଧ୍ୟ ହୋଇ ସ କୁକୁର ଗୁଡ଼ିକୁ  ମାରିଦେବାକୁ  ନିଷ୍ପତ୍ତି ନେଇଥିଲେ । ଏଥିପାଇଁ  ଗୁଲୁଗୁଲାରେ ଦାନାଦାର ଦେଇ କୁକୁର ଗୁଡିକୁ ଖାଇବାକୁ  ଦେଇଥିଲେ ।  ଗୁଲୁଗୁଲା ଖାଇବା ପରେ ବାନ୍ତି କରି ଏହି କୁକୁର ଗୁଡ଼ିକ ଆଜି ସକାଳୁ ମରି ପଡିଥିବାର ଦେଖିବାକୁ  ମିଳିଛି। । ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଏଭଳି ଅମାନବୀୟ କାର୍ଯ୍ୟକୁ ନିନ୍ଦା କରିଛନ୍ତି।ଏ ଘଟଣା ପରେ ଗ୍ରାମବାସୀ କ୍ଷୁବ୍ଧ ହୋଇ ଥାନାରେ ବ୍ୟକ୍ତିଜଣକ ବିରୋଧରେ ଏତଲା ଦେଇଛନ୍ତି । ଲୋକଙ୍କ କହିବା କଥା ବ୍ୟକ୍ତିଜଣକ ପୂର୍ବରୁ ମିଶାଇ ଏପର୍ଯ୍ୟନ୍ତ ପାଖାପାଖି ୨୦ କୁକୁରଙ୍କୁ ମାରି ସାରିଲେଣି । ଯାହାକୁ ନେଇ ପଶୁପ୍ରେମୀ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।

ଗତକାଲି ଆମେ ରିପୋର୍ଟ ପ୍ରକାଶ କରିଥିଲୁ କିଭଳି ଭଦ୍ରକରେ ଗୋଟିଏ କୁକୁର ମାରିବା ପରେ ଲୋକମାନେ ମଣିଷ ଭଳି ତାର ଶ୍ରାଦ୍ଧ କରିଥିଲେ । କାରଣ ବୁଲା କୁକୁର ହୋଇଥିଲେ ମଧ୍ୟ ତାକୁ ବହୁତ ଭଲ ପାଉଥିଲେ । ହେଲେ ଏଠି ବ୍ୟକ୍ତି ଜଣକ ଗୁଲୁଗୁଲାରେ ବିଷ ଦେଇ ଅମଣିଷ ପଣିଆର ପରିଚୟ ଦେଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.