କଙ୍ଗାରୁକୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସମର୍ଥକ, ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବାଲେଶ୍ଵର(କେନ୍ୟୁଜ୍):  କଙ୍ଗାରୁକୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସମର୍ଥକ । ଗୁରୁତର ଭାବେ ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ପଞ୍ଚାୟତର ଟୁନା ଦଳେଇ ।

ଗତକାଲି ଟୁନା ଏକ ଚିଙ୍ଗୁଡି ପୋଖରୀ ହିଡରୁ କିଛି ଲୁହା ଛଡ ନେଇ ଆସିଥିଲେ । ପୋଖରୀ ମାଲିକ ଟୁନାକୁ ଚୋରି ଅଭିଯୋଗରେ ଆଣି ଇଞ୍ଚୁଡି ସରପଞ୍ଚ ରମଣୀ ରଂଜନ ମହାଲୀକଙ୍କ ଜିମା ଦେଇଥିଲେ । ପରେ ସରପଞ୍ଚଙ୍କ ସମର୍ଥକ ମାନେ ଟୁନାଙ୍କୁ ନିସ୍ତୁକ ପିଟିଥିଲେ । ମାଡ଼ ମାରିବା ପରେ ସରପଞ୍ଚଙ୍କ ସହାୟତାରେ ଖନ୍ତାପଡ଼ା ଥାନାରେ ଟୁନାକୁ ଜିମା ଦିଆଯାଇଥିଲା ।

ଥାନାରେ ଟୁନାର ଅବସ୍ଥା ଗୁରୁତର ପରେ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଟୁନା ଦଳେଇର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଫଳରେ ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଜାରି ରହିଛି । ଉତ୍ୟକ୍ତ ଲୋକେ ସରପଞ୍ଚଙ୍କ ଘର ଆଗରେ ନିଆଁ ଲଗେଇ ଦେଇଛନ୍ତି । ଘଟଣାସ୍ଥଳରେ ଏଯାଏଁ ପୋଲିସ ପହଂଚି ନାହିଁ ।

Leave A Reply

Your email address will not be published.