ମଦ ମାଫିଆଙ୍କ କାର୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଗାଡ଼ିରୁ ବ୍ୟାପକ ପରିମାଣର ଦେଶୀ ମଦ ଜବତ

ଢେଙ୍କାନାଳ(କେନ୍ୟୁଜ୍): ମଦ ମାଫିଆଙ୍କ କାର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁରେ ଘଟିଛି ଦୁର୍ଘଟଣା । ମୃତକ କାମାକ୍ଷାନଗର ଥାନା ବାଲିପଡା ଗାଁର ବିଦ୍ୟାଧର ପ୍ରଧାନ । ବିଦ୍ୟାଧର ଚିକିତ୍ସା ପାଇଁ ମେଡିକାଲକୁ ଯାଇ ଫେରିବା ବେଳେ ତାଙ୍କ ବାଇକକୁ କାରଟି ଧକ୍କା ଦେଇଥିଲା ।

ଗୁରୁତର ସମ୍ପର୍କୀୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିରୁ ବ୍ୟାପକ ପରିମାଣର ଦେଶୀ ମଦ ଜବତ ହୋଇଛି । କାର ଡ୍ରାଇଭର ଓ ମଦ ମାଫିଆ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି । କାମାକ୍ଷାନଗର ପୋଲିସ କାରଟିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.