ଢେଙ୍କାନାଳରେ ପୁଣି ହାତୀ ନେଲା ଜୀବନ

ଢେଙ୍କାନାଳ(କେନ୍ଯୁଜ୍) : ପୁଣି ହାତୀ ନେଲା ଜୀବନ। ଢେଙ୍କାନାଳ ଷଡଙ୍ଗୀ ରେଂଜରେ ଗୋଟେ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହେଲାଣି। ଗତକାଲି ରାତିରେ ମହାପଦା ପଞ୍ଚାୟତ ପାରିଖେଦା ଗାଁର ଗଣେଷ ପ୍ରଧାନଙ୍କ ମୃତ୍ୟୁ ହୋଇଛି।

zzzzz ଗଣେଷ ନିଜ ଧାନ ବିଲରୁ ଘରକୁ ଫେରୁଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ବାରମ୍ବାର ହାତୀ ଆକ୍ରମଣ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।