ସୋର ବାହାନଗା ଅଞ୍ଚଳରେ ଛାତିଥରା ଘଟଣା: ସାନ ପୁଅକୁ ମାରି ପୋତି ଦେଲେ ମାଆ ଓ ବଡ଼ ପୁଅ

ସୋର : ସାନ ପୁଅକୁ ମାରି ପୋତି ଦେଲେ ମାଆ ଓ ବଡ଼ ପୁଅ । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ ଘଟଣା। ଗତ ୧୨ ତାରିଖ ଦିନ ସାନ ପୁଅ ମଦ ପିଇ ଘରକୁ ଆସିବା ପରେ ମାଆ ଓ ବଡ଼ ଭାଇ ସହ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା ।
ମାଆ ଶୁକୁରି ଜେନା ଓ ବଡ ଭାଇ ଜଗବନ୍ଧୁ ଏକ ଶାବଳ ସାହାଯ୍ୟରେ ସାନ ଭାଇ ବଳରାମ ଜେନାକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବଳରାମର ମୃତ୍ୟୁ ହୋଇଥିଲା । ପରେ ବଳରାମର ମୃତଦେହକୁ ଘରେ ଗାତ ଖୋଳି ପୋତି ଦେଇଥିଲେ ମାଆ ଓ ବଡ ଭାଇ । ୧୧ ଦିନ ପରେ ବଡ ଭାଇ ସାନ ଭାଇର ପିଣ୍ଡ ଶ୍ରାଦ୍ଧ କରି ଫେରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ସୋର ପୋଲିସ ଅଭିଯୁକ୍ତ ମାଆ ଏବଂ ବଡ଼ ପୁଅକୁ ଗିରଫ କରିଛି ।