ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା । ମାଥିଲି ଥାନା ସିମିଲ ପଞ୍ଚାୟତର ଧାକୋଡ ରାଶି ନିକଟରେ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଉଛନ୍ତି ଅନନ୍ତ ରାମ ଭୂମିଆ । maoଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଗାଁକୁ ଆସି ଆଦିବାସୀ ନାଚ ଦେଖିବାକୁ ଡାକି ନେଇଥିଲେ । କିନ୍ତୁ ପୂର୍ବ ଯୋଜନା ମୁତାବକ ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ପ୍ରଜାକୋର୍ଟ କରି ଅନନ୍ତଙ୍କୁ ହତ୍ୟା କରିଥିଲେ ।