ଜମିରେ ପାଣି ମଡାକୁ ନେଇ ପ୍ରଥମେ ବଚସା, ପରେ ହତ୍ୟା

ଗଞ୍ଜାମ : ଜମିରେ ପାଣି ମଡାକୁ ନେଇ ପ୍ରଥମେ ବଚସା, ପରେ ହତ୍ୟା । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଶରାବ ଗାଁରେ ଅଭାବନୀୟ ଘଟଣା । ମୃତକ ସେହି ଗାଁର ପଞ୍ଚୁ ଗଉଡ । ଗତକାଲି ରାତିରେ ଦୀପାବଳି ପାଳନ କରିବା ପରେ ବିଲକୂ ପାଣି ମଡାଇବାକୁ ଯାଇଥିଲେ ପଞ୍ଚ । ତେବେ ସେଠାରେ ଗାଁର କିଛି ଯୁବକଙ୍କ ସହ ପଞ୍ଚୁଙ୍କ ବଚସା ହୋଇଥିଲା । ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପଞ୍ଚୁଙ୍କୁ ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ସ୍ଥାନୀୟ ଯୁବକ । ଖବର ପାଇ ଆସିକା ଏସଡିପିଓ ସଞ୍ଜୟ ମହାପାତ୍ର ଓ ଧରାକୋଟ ଥାନା ଅଧିକାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଚାଲିଛି ।

ସେହିପରି ନୟାଗଡ଼ରେ ନଳକୂପ ବ୍ୟବହାରକୁ କେନ୍ଦ୍ର କରି ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଭିଡ଼ିଓ ଭାଇରଲ୍ ହେଉଛି । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ବଡ଼ସହରା ଗାଁର ଜଣେ ଯୁବକଙ୍କ ହାତକୁ ଗଛରେ ବାନ୍ଧି ଅତି ଅମାନୁଷିକ ଭାବେ କିଛି ଲୋକ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି । ଆକ୍ରମଣର ଶିକାର ଯୁବକ ଜଣକ ହେଲେ ଅରୁଣ ମୂଳି । ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିବା ଦେଖିବାକୁ ମିଳିଛି ।