ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ : ପ୍ରେମିକାର ବାପା ମା’ଙ୍କୁ କଲା ହତ୍ୟା

ଭଦ୍ରକ : ପ୍ରେମ ପାଇଁ ଡବଲ ମର୍ଡର । ପ୍ରେମରେ ବିଫଳ ହୋଇ ଦମ୍ପତିଙ୍କୁ ହତ୍ୟା କରିଛି ଅଭିଯୁକ୍ତ । ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଚାନ୍ଦବାଲି ଥାନା ମତୋ ମାଳବାଡ଼ ଗାଁରେ । ସୂଚନା ଅନୁସାରେ ମାଳବାଡ଼ ଗାଁର ମୃତ ସୁଧାକର ଓ ସରସ୍ୱତୀ ବିଶ୍ୱାଳଙ୍କ ବଡଝିଅକୁ ସେହି ଗାଁର ତ୍ରିଲୋଚନ ସେନାପତି ଭଲ ପାଉଥିଲା । ଝିଅର ଅନ୍ୟତ୍ର ବିବାହ ପରେ ମଧ୍ୟ ତାକୁ ହିଁ ବିବାହ କରିବାକୁ ଜିଦ୍‌ ଧରିଥିଲା ଅଭିଯୁକ୍ତ ତ୍ରିଲୋଚନ । ହେଲେ ଏହାକୁ ବିରୋଧ କରୁଥିଲେ ଝିଅର ପରିବାର ଲୋକ । ତେଣୁ ରାଗ ସୁଝାଇବାକୁ ଯାଇ ହତ୍ୟା କରିଥିବା କହିଛନ୍ତି ଚାନ୍ଦବାଲି ଥାନାଧିକାରୀ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହା ସହ ଏକ ସାଇଣ୍ଟିଫିକ୍‌ ଟିମ୍‌ ମାଳବାଡ ଗାଁକୁ ଯାଇ ତଦନ୍ତ କରିଛି । ଅଭିଯୁକ୍ତର ଆକ୍ରମଣରେ ମୃତ ଦମ୍ପତିଙ୍କ ଅନ୍ୟ ଜଣେ ଝିଅ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.