ହତ୍ଯା ନା ଆତ୍ମହତ୍ଯା ? ଗୁଳିମାଡରେ ବରଗଡ଼ ଜିଲ୍ଲାରେ ଯୁବକ ମୃତ

ଗୁଳିମାଡ଼ରେ ଯୁବକ ମୃତ। ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା କଲମୀ ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ରାକେଶ ବେହେରା। ତାଙ୍କ ଘର ଅମ୍ବାଭୋନା ଗାଁରେ। ଗତକାଲି ସେ ତାଙ୍କ ମାମୁ ଘରକୁ ବୁଲି ଆସିଥିଲେ। ଆଜି ତାଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା। ରାକେଶଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ ମୃତଦେହ ପାଖରୁ ବନ୍ଧୁକ କି କୌଣସି ମାରଣାସ୍ତ୍ର ଜବତ ହୋଇ ନାହିଁ। ମାମୁ ଘର ଲୋକ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି। ତେବେ ରାକେଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଅନ୍ୟପଟେ ରାକେଶଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବା ଅମ୍ବାଭୋନା ଗାଁର ତାରାଚନ ବେହେରା ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.