ନିଜ ବାଇକ୍ ଯୋଗେ ଯାଉଥିବା ସମୟରେ ଧକ୍କା ଦେଲା ଅଜଣା ଗାଡ଼ି, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ, ଖଣ୍ଡୁରୁ ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବକ ନିକଟସ୍ଥ ଘୋଡାପଲାଣ ଗାଁର କାଳିଆ ଜେନା । ନିଜ ବାଇକ୍ ଯୋଗେ, ପୋଲସରା ଅଭିମୁଖେ ଯାଉଥିବାବେଳେ, ଏକ ଅଜଣା ଗାଡ଼ି, ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପୋଲସରା ମେଡିକାଲରେ ଭର୍ତି କରିଥିବାବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ, ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି, ପୋଲସରା ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.