ଘର ଛାତ ଉପରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ପୂର୍ବଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ

ସୋର (କେନ୍ୟୁଜ): ଘରୁ ଡାକିନେଇ ଯୁବକକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ କମଳାକାନ୍ତ ମଲ୍ଲିକଙ୍କର ନିଜ ଘର ଛାତ ଉପରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର । ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ ମାରିଦେଇଥିବା ନେଇ ଅଭିଯୋଗ ପରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ମୃତ କମଳାକାନ୍ତଙ୍କ ସହିତ ଉକ୍ତ ଗ୍ରାମରେ କିଛି ବ୍ୟକ୍ତିଙ୍କ ସହିତ ପୂର୍ବଶତ୍ରୁତା ଲାଗିରହିଥିଲା ।

ଗତ ଶନିବାର ଦିନ ରାତିରେ କିଛି ଲୋକ ଆସି କମଳାକାନ୍ତଙ୍କୁ ଘରୁ ଡାକି ନେଇଥିଲେ ପରେ ସେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ କମଳାକାନ୍ତଙ୍କର ନିଜ ଘର ଛାତ ଉପରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର କମଳାକାନ୍ତକୁ ସୋର ଡାକ୍ତରଖାନା ପରେ କଟକ ମେଡ଼ିକାଲଙ୍କୁ ନେଇଯାଇଥିଲେ l ଗତକାଲି ବିଳମ୍ବିତ ରାତିରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।କମଳାକାନ୍ତଙ୍କର ବାପା ଅଭିଯୋଗକୁ ଆଧାର କରି ସୋର ପୋଲିସ ଗୋବିନ୍ଦ ପୁର ଗାଁର ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.