ବାଇକ ଧକ୍କାରେ ଜଣେ ବାଟୋଇଙ୍କ ମୃତ୍ୟୁ, ସଉଦା ପାଇଁ ଯାଉଥିଲେ

ପୋଲସରା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ ଗ୍ରାମ ନିକଟରେ ଗୋଟିଏ ବାଇକ ଧକ୍କାରେ ଜଣେ ବାଟୋଇଙ୍କ ମୃତ୍ୟୁ ଘଟିଛି । ମୃତ ବାଟୋଇ ଜଣକ ଗୁଡି଼ଆପଲ୍ଲୀ ଗ୍ରାମର ମହେଶ୍ୱର ବେହେରା । ସେ ସଉଦା ଆଣିବା ପାଇଁ ରାସ୍ତାରେ ଚାଲି ଚାଲି ଯିବା ସମୟରେ ପଛପଟୁ ଗୋଟିଏ  ବାଇକ୍ ଧକ୍କା ଦେଇଥିଲା । ଫଳରେ ମହେଶ୍ୱର ରାସ୍ତାରେ ଛିଟିକି ପଡିବା ସହ ବାଇକ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ ପୋଲସରା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମହେଶ୍ୱରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବରପାଇ କବିସୂର୍ଯ୍ୟନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।