ଧାର ଟଙ୍କା ପାଇଁ ଯୁବକଙ୍କୁ ଗୁଜୁରାଟରେ ହତ୍ୟା କଲା, ଓଡ଼ିଶାରେ ବନ୍ଧା ହେଲା ଅଭିଯୁକ୍ତ

ଭଦ୍ରକ: ଗୁଜୁରାଟରେ ହତ୍ୟା କଲା । ଓଡ଼ିଶାରେ ବନ୍ଧା ହେଲା । ହତ୍ୟାକାଣ୍ଡ ଏପରି ଥିଲା ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଧାର ଟଙ୍କା ପାଇଁ ଜୀବନ ନେଇଗଲା । ଲୁହା ରଡରେ ଆକ୍ରମଣ କଲା ମାରିବା ପରେ ୱାଶିଂ ମେସିନ ରେ ମୃତଦେହକୁ ଲୁଚାଇ ଘଟଣା ସ୍ଥଳରୁ ଛୁ ମାରିଲା । ହେଲେ ପୋଲିସ ନଜରରୁ ବଞ୍ଚିପାରି ନଥିଲା । ବିଭିନ୍ନ ସ୍ଥାନରେ ଲୁଚି ଘୂରି ବୁଲୁଥିବା ବେଳେ ଆଜି ପୋଲିସ ହାତରେ ଧରାପଡ଼ିଲା ।

ହଁ ଆଜ୍ଞା, ଏଭଳି ଘଟଣା ସୁଦୂର ଗୁଜୁରାଟରେ ହୋଇଥିବା ବେଳେ ଓଡ଼ିଶାରୁ ବନ୍ଧା ହୋଇଛି ଅଭିଯୁକ୍ତ । ଗୁଜୁରାଟ ପୋଲିସ ଭଦ୍ରକ ଜିଲ୍ଲାର ଆରଡ଼ି ଅଞ୍ଚଳରୁ ଆସାମୀଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ମନୋଜ ସାହୁ । ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳରେ । ସେ କଟକର ଗୁରୁଚରଣ ପ୍ରଧାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଯଶୁଆପଲି ବାଲିସାହି ଗାଁର ମନୋଜ ସାହୁ ଦୀର୍ଘ ୪ବର୍ଷ ହେବ ଗୁଜୁରାଟ ସ୍ଥିତ ସୁରଟ ଉଦୁନା ଠାରେ ଏକ ଭେରାଇଟ ଷ୍ଟୋର କରି ରହୁଥିଲେ । ହେଲେ କଟକର ଗୁରୁଚରଣ ପ୍ରଧାନ ମନୋଜଠାରୁ କିଛି ଟଙ୍କା ପାଇବାର ଥିବାରୁ ସେ ଟଙ୍କା ମାଗିଥିଲେ । ଏହାକୁ ନେଇ ଗତ ଅକ୍ଟୋବର ୧୦ରେ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ମନୋଜ ଉତ୍ଯକ୍ତ ହୋଇ ଏକ ଲୁହା ରଡରେ ବାଡେଇ ଗୁରୁ ଚରଣଙ୍କୁ ମାରିଥିଲେ।

ଘଟଣାସ୍ଥଳରେ ଗୁରୁଚରଣଙ୍କର ମୃତ୍ଯୁ ଘଟିବାରୁ ତାଙ୍କୁ ଏକ ଲୁଗାସଫା ମେସିନିରେ ଲୁଚାଇ ରଖି ଫେରାର ହୋଇଯାଇଥିଲେ । ଦୀର୍ଘ ୭ଦିନ ଧରି ଗୁରୁଚରଣଙ୍କ ମୃତଦେହ ଏକ ଲୁଗାସଫା ମେସିନରେ ରହିବାରୁ ପାରିପ୍ବାର୍ଶିକ ଅଞ୍ଚଳରେ ପଚା ଗନ୍ଧ ହେବାରୁ ଅଞ୍ଚଳ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହ ସିସିଟିଭି ଫ୍ଯୁଟେଜ ଆଧାରରେ ଆସାମୀକୁ ଆଜି ପ୍ରଯ୍ଯନ୍ତ ଖୋଜି ଚାଲିଥିଲା।

ମାସେରୁ ଅଧିକ ସମୟର ଛକାପଞ୍ଝା ପରେ ଫେରାର ହୋଇ ଓଡ଼ିଶା ପଳାଇ ଆସିଥିବା ଅଭିଯୁକ୍ତକୁ ଆରଡି ଫାଣ୍ଡି ଅଞ୍ଚଳରୁ ଗିରଫ କରିଛି ପୁଲିସ୍‌ । ଆସାମୀ ମନୋଜ ଭୁବନେଶ୍ବର ସମେତ କୋର୍ଣ୍ଣାକ,ଦିଲ୍ଲୀ ଆଦି ଅଞ୍ଚଳରେ ଦୀର୍ଘଦିନ ହେବ ଘୂରି ବୁଲୁଥିବା ମୋବାଇଲ ଟ୍ରାକରୁ ପୋଲିସ ଜାଣିବା ପରେ ଖୋଜାଖୋଜି ଚଳାଇଥିଲା। ହେଲେ ୪/୫ଦିନ ହେବ ଆସାମୀ ମନୋଜ ଭଦ୍ରକ ଜିଲ୍ଲାର ଆରଡିରେ ରହି ଆସୁଥିବା ପୋଲିସ ଖବର ପାଇବା ପରେ ସ୍ଥାନୀୟ ଲୋକ ଓ ଆରଡି ପୋଲିସର ମିଳିତ ସହଯୋଗରେ ଆସାମୀକୁ କାବୁ କରିଥିଲା ଗୁଜରାଟ ପୋଲିସ ।

You might also like