ସଡ଼କ ଦୁର୍ଘଟଣା ଜଣେ ମୃତ, ଠାକୁରମୁଣ୍ଡା  ପଞ୍ଚାୟତ ଅଫିସ୍ ସମ୍ମୁଖରେ ଘଟିଛି ଦୁର୍ଘଟଣା

କରଞ୍ଜିଆ :   ଲକ୍ଷ୍ମୀ ବସ୍ ଧକ୍କାରେ ବାଇକ୍ ଚାଳକ ମୃତ ।  ଠାକୁରମୁଣ୍ଡା  ପଞ୍ଚାୟତ ଅଫିସ୍ ସମ୍ମୁଖରେ ଘଟିଛି ଦୁର୍ଘଟଣା । ମୃତକ ଜଣକ ଠାକୁରମୁଣ୍ଡା ଥାନା ସୁନିଦା ଗାଁର ଡମ୍ବରୁଧର ମହାନ୍ତ (୩୫) ବୋଲି ଜଣା ପଡ଼ିଛି । ଦୁର୍ଘଟଣା ହେଲା ପରେ ଡମ୍ବରୁଧର ମହାନ୍ତକୁ ଠାକୁରମୁଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ସ୍ଥାନରେ ଠାକୁରମୁଣ୍ଡା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ଠାକୁରମୁଣ୍ଡା ଡାକ୍ତରଖାନାରେ ପହଁଚି ମୃତ ପରିବାରକୁ ଭେଟି ଆଲୋଚନା କରିଛନ୍ତି ।