ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ମୃତ ୫ ଗୁରୁତର

ହେମଗିର: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଲା ଅଘଟଣ ।  ଏକ ବସ୍ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।  ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ସୀମା ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣିକୁ ବସ୍ ଟି ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ଆଜି ସକାଳେ ବସ୍ ଟି ଶ୍ରମିକମାନଙ୍କୁ ନେଇ ଡୁଲିଙ୍ଗା କୋଇଲା ଖଣିକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏହା ପରେ  ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଡାକ୍ତରଖାନାକୁ ପଠାଯାଇଥିଲା । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also read: ଗଡ଼ ମଧୁପୁର ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୩ ବର୍ଷର ଝିଅ ଗୁରୁତର