ପୁଅ ପଡିଛି ରାସ୍ତା ଉପରେ, ପାଖରେ ବସି ନ୍ୟାୟ ଭିକ୍ଷା କରୁଛନ୍ତି ବୃଦ୍ଧା ବାପା ମା ଓ ଭଉଣୀ

ଟାଙ୍ଗି : ରାସ୍ତା ଉପରେ ବାପା ମାଆ ଭଉଣୀ ବସିଛନ୍ତି । ମାଆ ତ କାନ୍ଦି କାନ୍ଦି ଗଡି ଯାଉଛି । ଭଉଣୀ ତ ଅବାକ୍‌ ହେଇଯାଇଛି । ବାପା କଥା ତ ଛାଡନ୍ତୁ । ଖାଲି ଗୋଟିଏ କଥା ମୋ ପୁଅକୁ ନ୍ୟାୟ ଦିଆଯାଉ । ରାସ୍ତା ମଝିରେ ପୁଅର ମୃତଦେହକୁ ରଖି ଏମାନେ ଏମିତି ନ୍ୟାୟ ଭିକ୍ଷା କରୁଛନ୍ତି । ମାଆ ଆଉ ଭଉଣୀ କାନ୍ଦି କାନ୍ଦି ବେହାଲ । କାନ୍ଦି କାନ୍ଦି ଗୋଟିଏ କଥା ଆମ ପୁଅକୁ ମାରିଦିଆଯାଇଛି । ଆମକୁ ନ୍ୟାୟ ଦିଅ ।

ମାଆ କାନ୍ଦି କାନ୍ଦି କହୁଛି ମୁଁ ଫୋନ୍‌ କରିଥିଲି ଆଉ କିଏ ଉଠେଇକି କହିଲା କିଏ କହୁଛ, ତାପରେ ଫୋନ୍‌ କାଟିଦେଲା । ସେତିକିବେଳୁ ଆମେ ଆଉ ଆମ ପୁଅ ବିଷୟରେ କିଛି ଜାଣିନୁ । ପୁଅର ମରିବା କଥା ଶୁଣି ଏବେ ମାଆ ତ ସମ୍ଭାଳି ପାରୁନି ।

ଖୋରଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ହାଟ ବରଡି ଗ୍ରାମର ସାନ୍ତୁନୁ ସୁବୁଦ୍ଧିଙ୍କର ଗତକାଲି ରେଳ ଧାରଣା କଡ଼ରୁ ମୃତ ଦେହ ଉଦ୍ଧାର ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖାଯାଇଛି।

ପୁଅର ମୃତଦେହକୁ ଗ୍ରାମବାସୀଙ୍କ ଦ୍ଵାରା ୧୬ ନମ୍ବର ଜାତୀୟ ରାଜପଥରେ ରଖି ଧାରଣା ଦେଇଛନ୍ତି ଶହ ଶହ ଗ୍ରାମବାସୀ। ସମସ୍ତଙ୍କର ଖାଲି ଗୋଟିଏ କଥା । ଏହା ଦୁର୍ଘଟନା ନୁହେଁ, ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଚଳାଚଳ ବ୍ୟାହତ ହେଲା। ପୋଲିସ ନିଷ୍କ୍ରୟତାକୁ ନେଇ ଚାଲିଛି ଧରଣା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅନେକ ଲୋକ।

ତେବେ ଏ ବୃଦ୍ଧା ବାପା ମାଆଙ୍କୁ ଦେଖିବା ପରେ ସତରେ ମନ ବ୍ୟଥିତ ହେଇଯାଉଛି । ଏ ପରିଣତ ବୟସରେ କାହାର କେମିତି ହାତ ଗଲା ସେମାନଙ୍କ ଭେଣ୍ଡିଆ ପୁଅକୁ ମାରିବାକୁ । ଏଥିପ୍ରତି ପୋଲିସର ତଦନ୍ତ ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like