କୁନି କଳକୀ ବାବାଙ୍କ ବାପା କାଶନାଥ ମିଶ୍ରଙ୍କ ନାମରେ ସଙ୍ଗୀନ ଅଭିଯୋଗ, ସ୍ତ୍ରୀକୁ ଛଡ଼ାଇ ନେଇଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ
ଭୁବନେଶ୍ୱର : କୁନି କଳକୀ ବାବାଙ୍କ ବାପା କାଶନାଥ ମିଶ୍ରଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ । ସ୍ଵାମୀ ଠାରୁ ସ୍ତ୍ରୀକୁ ଛଡ଼ାଇ ନେଇଛନ୍ତି କାଶୀନାଥ ମିଶ୍ର ବୋଲି ସହିଦ ନଗର ଥାନାରେ ଅଭିଯୋଗ ଆଣିଲେ ଜିତେନ୍ ଗିରି । 4 ବର୍ଷ 9 ମାସ ଧରି କାଶୀନାଥ ତାଙ୍କ ପତ୍ନୀଙ୍କୁ ଦୂରେଇ ଦେଇଛନ୍ତି ବୋଲି ଅଭିଯୋଗ ଆଣିଲେ ଜିତେନ୍। ଆଚାର୍ଯ୍ୟ ବିହାର ପାଣି ଟାଙ୍କି ପାଖରେ ମୋ ସ୍ତ୍ରୀ ଭଡ଼ାରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏମ ଫିଲ ସାରି phd କରୁଥିଲା । ମୁଁ ବ୍ୟବସାୟୀ ହୋଇଥିବାରୁ କେନ୍ଦୁଝରରେ ରୁହେ ।
ସେ ଜଣେ ଆଧ୍ୟାତ୍ମିକ ମହିଳା ହୋଇଥିବାରୁ କୋଭିଡ ସମୟରେ ଶୀବାନି ନାମକ ଯୁବତୀ ଲିଙ୍କରେ ଆସି ବୈକୁଣ୍ଠ ଧାମ ଆଶ୍ରମ ଯାଇ ତାଙ୍କ ଟ୍ରାପ ରେ ପଡ଼ିଥିଲା । ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି ଅନ୍ତେବାସୀ । ଏଭଳି କିଛି ଅଭିଯୋଗ ପତ୍ରରେ ଲେଖିଛନ୍ତି ଜିତେନ୍ ଗିରି । ଜଣେ ବ୍ୟକ୍ତି ଆଶ୍ରମରେ ଚଳାଉଛନ୍ତି ସେକ୍ସ୍ ରାକେଟ । ମୋ ସ୍ତ୍ରୀର ମାଇଣ୍ଡ ୱାସ କରାଯାଇ ମୋ ବିରୋଧରେ ଛାଡପତ୍ର କେସ କରାଯାଇଛି । କାଶୀନାଥ ଆଉ ଆଶ୍ରମର ଆଉ ଜଣେ ବ୍ୟକ୍ତି ମୋ ସ୍ତ୍ରୀର ମାଇଣ୍ଡ ୱାସ କରି ମୋ ଠାରୁ ଦୂରେଇ ନେଇ କେଉଁଠି ରଖିଛନ୍ତି ବୋଲି ଏଭଳି କିଛି ଅଭିଯୋଗ ଆଣିଲେ ଜିତେନ୍ ଗିରି ନାମକ ବ୍ୟକ୍ତି ।