ଛାତିରେ ମନମୋହନ ସାମଲଙ୍କ ଟାଟୁ ବନାଇଲେ ବ୍ୟକ୍ତି

ଚାନ୍ଦବାଲି : ପ୍ରିୟ ନେତା ପାଇଁ ଦେହରେ ୨୫ ହଜାରରୁ ଅଧିକ ଛୁଞ୍ଚି ଫୋଡିଲେ । ୪ ଘଣ୍ଟା ଧରି କଷ୍ଟ ପାଇଲେ, ତଥାପି ଖୁସି । କାହିଁକିନା ତାଙ୍କ ପ୍ରିୟ ନେତାକୁ ଛାତିରେ ସାଉଁଟିଛନ୍ତି ଏ ବ୍ୟକ୍ତି । ଯେମିତି ଚାହିଁଥିଲେ ପୂରା ଅବିକଳ ସେମିତି ହେଲା । ନିଜର ପ୍ରିୟନେତାକୁ ସବୁଦିନ ପାଇଁ ନିଜ ପାଖରେ ରଖିବାକୁ ନିଜ ଦେହରେ ୨୫ ହଜାରରୁ ଉର୍ଦ୍ଧ୍ବ ଛୁଞ୍ଚି ଫୋଡି ଛାତିରେ ବନାଇଛନ୍ତି ଅବିକଳ ଚିତ୍ର ।

ନିଜ ଦଳର ନେତା ପ୍ରତି ଦଳର ଜଣେ ସାଧାରଣ କର୍ମୀଙ୍କ ଏତେ ମାତ୍ରା ଭଲ ପାଇବା ସମସ୍ତଙ୍କୁ ଚକିତ କରିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିର ବଡ ବଜାର ଅଞ୍ଚଳର ବ୍ୟକ୍ତି ବିଶ୍ବନାଥ ସୂତାର । ଯିଏ ସବୁଦିନ ପାଇଁ ନିଜର ନେତାକୁ ନିଜ ପାଖରେ ରଖିବାକୁ କଷ୍ଟ ସହି ନିଜ ଦେହରେ ଆଙ୍କିଛନ୍ତି ନିଜ ମାର୍ଗ ଦର୍ଶକଙ୍କ ଅବିକଳ ଛବି । ଦଳ ଓ ଦଳୀୟ ନେତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜ ଦେହରେ ନେତାଙ୍କ ଛବି ଆଙ୍କିଲେ ଏହି ଯୁବ ନେତା । ନିଜ ଦେହରେ ୨୫ ହଜାରରୁ ଅଧିକ ଥର ଛୁଞ୍ଚିର ଆଘାତ ସହି ଦୀର୍ଘ ୪ ଘଣ୍ଟା କଷ୍ଟ ସହିବା ପରେ ନିଜ ଦେହରେ ସେ ସାଉଁଟ ପାରିଛନ୍ତି ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ଫଟୋ ଚିତ୍ର ।

ରାଜ ନୀତିକୁ ବ୍ରତ ଭାବରେ ନେଇ ସମାଜ ସେବାକୁ ମନ ବଳାଇଛନ୍ତି ଶ୍ରୀ ସୁତାର । ପେସା ତାଙ୍କର ହୋଟେଲ ଓ ଲଜ ବ୍ୟବସାୟ ହୋଇଥିଲେ ମଧ୍ୟ ନିସା ଭାବରେ ସେ ରାଜନୀତିକୁ ଆପଣାଇ ନେଇଛନ୍ତି । ଶ୍ରୀ ସୂତାର ଏବେ ବିଜେପି ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲଙ୍କ ନୀତି ଆଦର୍ଶରେ ଅନୁ ପ୍ରାଣିତ ହୋଇ ନିଜ ଦେହରେ ଆଙ୍କିଛନ୍ତି ତାଙ୍କର ପ୍ରତିଛବି । ଶ୍ରୀ ସୂତାରଙ୍କ ଏଭଳି କାର୍ଯ୍ୟକୁ ନେଇ ତାଙ୍କୁ ଚାନ୍ଦବାଲି ଅଂଚଳରେ ଦଳୀୟ ନେତା ଓ କର୍ମୀ ବହୁ ପ୍ରଶଂସା କରିଛନ୍ତି ।