ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ୮ମାସର ଗର୍ଭବତୀ ଖୁଡି ସହ ନିନ୍ଦନୀୟ କାଣ୍ଡ କଲା ପୁତୁରା

ବାଲିଗୁଡା: ଯୌନ ରାକ୍ଷସର ନାରକୀୟ କାଣ୍ଡ । ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ଭୁଲିଗଲା ସମ୍ପର୍କ । ହରାଇ ବସିଲା ମଣିଷତ୍ୱ । ସତରେ କି ଯୁଗ ହେଲା । ଏଠି ଯେମିତି ମାନବିକତା ହରାଇ ବସିଲାଣି ମଣିଷ । ଦିନକୁ ଦିନ କୁତ୍ସିତ ହେଇଗଲାଣି ଏ ସମାଜ । ଯୌନ ଲାଳସା ପୂରଣ କରିବା ପାଇଁ ମଣିଷ ଏତେ ନିଚ୍ଚ ସ୍ତରକୁ ଖସିଯାଉଛି ଯେ ଯାହା ପାଟିରେ କହିବାକୁ ବି ଘୃଣା ଲାଗୁଛି ।
ତେବେ କେତେବେଳେ ନାବାଳିକା ସହିତ ତ ଆଉ କେତେବେଳେ ବୃଦ୍ଧାଙ୍କ ସହିତ ଦୁଷ୍କର୍ମ ଖବର ସାମ୍ନାକୁ ଆସୁଛି । ଏଭଳି ପୁଣି ଏକ ଲଜ୍ଜିତ ଘଟଣା ଘଟିଛି ଆମ ସମାଜରେ । ଯେଉଁଠି ଗର୍ଭବତୀ ଖୁଡିକୁ ଦୁଷ୍କର୍ମ କରିଛି ପୁତୁରା । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳରେ ଏଭଳି ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୮ମାସର ଗର୍ଭବତୀ ଖୁଡିକୁ ସମ୍ପର୍କୀୟ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରାକୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡିକୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ବାରମ୍ବାର ଲାତ ଗୋଇଠା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।
ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ ଖୁଡିକୁ ନେଇ ନିଜର ଯୌନ ଲାଳସା ପୂରଣ କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ତେବେ ପୀଡିତାଙ୍କ ସ୍ୱାମୀଙ୍କ କହିବା ମୁତାବକ, ସମ୍ପର୍କୀୟ ପୁତୁରା ଦ୍ୱାରା ଲହୁ ଲୁହାଣ ହେବା ପରେ ପିତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ସେ ଭର୍ତି କରାଇଥିଲେ । କିନ୍ତୁ ଗର୍ଭବତୀ ଥିବାରୁ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ତେବେ ବାଲିଗୁଡା ଥାନା ବୁଡୁରୁକିଆ ପଂଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା । ସେହି ଗ୍ରାମର ମାମିନା ମଳିକ ନାମକ ସମ୍ପର୍କୀୟ ପୁତୁରା ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ନିନ୍ଦନୀୟ କାଣ୍ଡ ଘଟାଇଛି l ତେବେ ଏ ନେଇ ବାଲିଗୁଡା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି ।
ଦେହର ଭୋକ ମେଣ୍ଟାଇବା ପାଇଁ ଅନ୍ଧ ହୋଇଗଲା ପୁତୁରା । ଭୁଲିଗଲା ରକ୍ତ ସମ୍ପର୍କ ଆଉ ମାଆ ସମାନ ଖୁଡି ପ୍ରତି ସମ୍ମାନ । ଖୁଡି ପୁତୁରାର ପବିତ୍ର ସମ୍ପର୍କକୁ କଳଙ୍କିତ କରି ଦେଇଛି ଏହି ଯୌନ
ପିଶାଚ । ଯାହା ଏକ ସମାଜକୁ କରିଛି ଲଜ୍ଜିତ ।