ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ

କୋରାପୁଟ (କେନ୍ୟୁଜ): ବର୍ଷକ ପୂର୍ବେ କରିଥିଲା ପ୍ରେମ ବିବାହ । ହେଲେ ବିବାହ ପରେ ସାମାନ୍ୟ ଘଟଣାରେ କଥା କଟାକଟି ହୋଇ ସ୍ତ୍ରୀକୁ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଛାତି ଥରା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗାଁରେ। ମୃତ ମହିଳା ଜଣକ ହେଲେ ମମିତା ମୁଦୁଲି ଓ ଅଭିଯୁକ୍ତ ସ୍ବାମୀ ହେଲା ଅଜୟ ମୁଦୁଲି ।

ଖବର ପାଇ ମୁରାନ ଫାଣ୍ଡି ଓ ଦଶମନ୍ତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠାରୁ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ମୁରାନ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ବିଲରେ କାମ କରି ଘରକୁ ଫେରୁଥିବା ବେଳେ କୈାଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇ ଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଧରିଥିବା ଟାଙ୍ଗିଆ ରେ ଆକ୍ରମଣ କରିଥିଲା ଅଭିଯୁକ୍ତ ସ୍ବାମୀ । ଅତ୍ୟଧିକ ରକ୍ତସ୍ରାବ ପରେ ଘଟଣା ସ୍ଥଳରେ ହିଁ ଛଟପଟ ହୋଇ ଜୀବନ ହାରିଥିଲା ସ୍ତ୍ରୀ । ଅଧିକ ତଦନ୍ତ ପାଇଁ କୋରାପୁଟର ଏକ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଶବକୁ ଜବତ କରିଛି ଦଶମନ୍ତପୁର ଥାନା ପୋଲିସ । ବର୍ଷକ ପୂର୍ବେ ବିବାହ କରିଥିବା ହତ୍ୟାକାରୀ ସ୍ବାମୀକୁ କଠୋର ଦଣ୍ଡ ବିଧାନ କରିବାକୁ ମୃତ ମହିଳାଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।

Leave A Reply

Your email address will not be published.