ମୋବାଇଲ ଟାୱାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଉଦ୍ଧାର କଲେ ପୋଲିସ ଓ ଦମକଳ ବାହିନୀ
ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ନତ କାଣ୍ଡ । ଦୀର୍ଘ ସମୟ ଧରି ଟାୱାର ଉପରେ ଚଢ଼ି ରହିଥିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ମୁଖ୍ୟ ରାସ୍ତା କଡ଼ରେ । ଉଦ୍ଧାର ପାଇଁ ପୋଲିସ ଓ ଦମକଳ ବାହିନୀ ପହଞ୍ଚିଥିଲେ ।
ଉମରକୋଟ : ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ନତ କାଣ୍ଡ । ଦୀର୍ଘ ସମୟ ଧରି ଟାୱାର ଉପରେ ଚଢ଼ି ରହିଥିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ମୁଖ୍ୟ ରାସ୍ତା କଡ଼ରେ । ଉଦ୍ଧାର ପାଇଁ ପୋଲିସ ଓ ଦମକଳ ବାହିନୀ ପହଞ୍ଚିଥିଲେ ।
ବହୁ ସମୟ ଧରି ଯୁବକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି ଦମକଳ ବିଭାଗ । ଯୁବକ ଜଣକ ମାତ୍ରାଧିକ ମଦ୍ୟ ପାନ କରି ଏପରି କରିଥିବା ଜଣା ପଡିଛି । ଏବଂ ତାଙ୍କ ନାଁ ମାନସ ନାୟକ । ପୂର୍ବରୁ ମଧ୍ୟ ଯୁବକ ଜଣକ ଗୋଟିଏ ବଡ଼ ଗଛ ଉପରେ ଚଢ଼ି ଯାଇଥିଲେ ଏବଂ ତାଙ୍କୁ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିଥିଲେ ।