ପଦ୍ମପୁର : ଡ୍ରେନ୍‌ ଭିତରୁ ମିଳିଲା ଅଲୋଡ଼ା କନ୍ୟାରତ୍ନ, କାନ୍ଦ ଶୁଣି ପ୍ଲାଷ୍ଟିକ୍‌ ବସ୍ତାରୁ ଉଦ୍ଧାର କଲେ ଲୋକେ

ପଦ୍ମପୁର (କେ ନ୍ୟୁଜ୍‌) : ମଣିଷ ଦିନକୁ ଦିନ ବନି ଯାଉଛି ଶଇତାନ୍‌ । କେତେବେଳେ ମହିଳାଙ୍କ ସହ ଦୁଷ୍କର୍ମ ତ ଆଉ କେତେବେଳେ ବିକି ଦେଉଛି ଯୁବତୀଙ୍କୁ । ଆଉ ନିୟମିତ ଭାବେ ଶିଶୁ କନ୍ୟାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେବାର ଘଟଣା ଘଟୁଛି । ଏବେ ଏଭଳି ଏକ ସଦ୍ୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁରରେ । ଡ୍ରେନ୍‌ ଭିତରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ଵାର୍ଡ଼ ଶାସ୍ତ୍ରୀ ଛକ ପାଖରେ ଥିବା ଏକ ଡ୍ରେନ୍‌ରେ ପଡ଼ି କାନ୍ଦୁଥିଲା ପିଲାଟି ।

KANYA-1

ପାଖ ସାହିର ଶମ୍ଭୁ ନାମକ ଜଣେ ବ୍ୟକ୍ତି ଆଜି ଭୋର ପ୍ରାୟ ୫ଟା ବେଳେ ବାହାରକୁ ଆସିଥିବା ସମୟରେ ପିଲାଟିର କାନ୍ଦ ଶୁଣି ଡ୍ରେନ୍‌ ଭିତରେ ଖୋଜାଖୋଜି କରିଥିଲେ । ପରେ ଏକ ପ୍ଲାଷ୍ଟିକ୍‌ ବସ୍ତା ଭିତରେ ପିଲାଟିକୁ ପାଇଥିଲେ । କାଦୁଅ ସର ସର ପିଲାଟିକୁ ଉଦ୍ଧାର କରି ଗାଁ ଲୋକେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପରେ ଖବର ପାଇ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.