ମଣିଷ ପଣିଆକୁ ସଲାମ୍, ବାଟରୁ ସୁନା ଭର୍ତ୍ତି ବ୍ୟାଗ ପାଇ ମହିଳାଙ୍କୁ ଫେରାଇଲେ ଏହି ବଦାନ୍ୟ ବ୍ୟକ୍ତି

ସମ୍ବଲପୁର(କେନ୍ୟୁଜ୍): ଆଜି ବି ବଞ୍ଚିଛି ମାନବିକତା। ରାସ୍ତାରୁ ପାଇଥିଲେ ସୁୁନା ଭର୍ତ୍ତି ବ୍ୟାଗ୍‌। ଫେରାଇଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର। ସମ୍ବଲପୁର ଏସଆରଆଇଟି କଲୋନୀରୁ ଆସିଛି ଏହି ମାନବିକତାର ଖବର। ଅଇଁଠାପାଲି ଥାନା ଅନ୍ତର୍ଗତ ଭୀମ ଭୋଇ ପାର୍କ ନିକଟରେ କୌଣସି ବ୍ୟକ୍ତିଙ୍କ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ ପଡିଯାଇଥିଲା।

ଏସଆରଆଇଟି କଲୋନୀର ତାପସ ସ୍ୱାଇଁ ଉକ୍ତ ବ୍ୟାଗ୍‌ଟି ପାଇଥିଲେ। ଏହାପରେ ସେ ବ୍ୟାଗରେ ସୁନା ଅଳଙ୍କାର ଥିବା ଦେଖିବାକୁ ପାଇଥିଲେ। ତେବେ ମନରେ କୈାଣସି ଲୋଭ ନକରି ତୁରନ୍ତ ଅଇଁଠାପାଲି ଥାନାକୁ ଏତଲା ଦେଇଥିଲେ। ସୁନା ଅଳଙ୍କାର ହଜିଯାଇଥିବା ଜଣେ ମହିଳା ଥାନାକୁ ଏତଲା ଦେବା ପାଇଁ ପହଞ୍ଚିଥିଲେ। ମହିଳା ଜଣକ ତାଙ୍କ ଅଳଙ୍କାର ଚିହ୍ନିପାରି ପୋଲିସକୁ କହିଥିଲେ। ମହିଳା ଜଣକ ସ୍କୁଟିରେ ଘରକୁ ଯିବାବେଳେ ଅଳଙ୍କାର ବ୍ୟାଗଟି ଗାଡିରୁ ଖସିପଡିଥିଲା।

 

Leave A Reply

Your email address will not be published.