ରାଜ୍ୟ

ବାହାନଗାରେ ହଜିଗଲା ଭାଇ, ଫଟୋ ଦେଖାଇ ଖୋଜୁଛି ବଡ ଭାଇ

ସୋର (କେନ୍ୟୁଜ) : ବାହାନଗା…ଏ ନାଁ ତ ଆପଣ ବହୁତ ଭଲସେ ଶୁଣିଥିବେ । କାହିଁକିନା ମନରୁ ଏବେ ଯାଏଁ ବି ଲିଭିନି ସେହି କାଳ ରାତିର କଥା । ସେହି ବିକଟାଳ ଚିତ୍କାର । ଜୀବନ ଦୀପ ଲିଭିବା ସମୟର ସେହି କାନ୍ଦର ସ୍ୱର । ଲିଭିନି ମନର, ଆଜିବି ଛାତି ଥରିଯାଉଛି ସେଦିନର ସେହି ଲୋମହର୍ଷକ ଚିତ୍ର କଥା ଭାବିଦେଲା ବେଳକୁ । ହଁ ଇଏ ସେହି ବାହାନଗା, ଆଉ ସେହି ଦୁର୍ଘଟଣା କଥା ଆମେ ଆଜି କହୁଛୁ । କିନ୍ତୁ ଏଠି ଟ୍ରେନ୍‌ ମାଡିଯାଇନି କି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ଥ ହୋଇନି ବରଂ ସେହି ଦୁର୍ଘଟଣାରେ ଲାଇନଚ୍ୟୁତ ହୋଇଥିବା ରେଳ ଡବାକୁ କାଟିବାକୁ ଆସିଥିବା ଜଣେ ଶ୍ରମିକଙ୍କ କଥା ଆମେ କହୁଛୁ । ଯିଏ ସେଦିନରୁ ଆସିଥିଲେ ରେଳ ଡବା କାଟିବାକୁ, କିନ୍ତୁ ଏବେ ଯାଏଁ ଫେରିନାହାଁନ୍ତି ଘରକୁ । କେଉଁଆଡେ ଗଲେ କିଏ ନେଇଗଲା ନା ସେ ନିଜେ କୁଆଡେ ପଳାଇଛନ୍ତି ଏସବୁ କିଛିର ପତ୍ତା ମିଳୁନି ସବୁକିଛି କେବଳ ପ୍ରଶ୍ନବାଚୀ ହୋଇ ରହିଯାଇଛି ।

ବିହାରରୁ ନିଜ ବଡ ଭାଇସହ ଆସିଥିଲେ ବାଲେଶ୍ୱର ବାହାନଗାକୁ । କିନ୍ତୁ ଏଠାରେ ସାନଭାଇର ମିଳୁନି କୌଣସି ବି ଖୋଜ ଖବର । ଭାଇ ଚାରିଆଡେ ଫଟୋ ଧରି ବୁଲୁଛି ।କେହି ଦେଖିଛ କି ମୋ ସାନ ଭାଇକୁ । ଆମେ ଆସିଥିଲୁ ସାଙ୍ଗରେ କାମ କରିବାକୁ । ଏବେ ଘରକୁ କେମିତି ଏକା ଫେରିବି । ଘରେ କାହାକୁ କଣ ଉତ୍ତର ଦେବି, ଘରେ ସାନକୁ ଭାରି ଭଲ ପାଆନ୍ତି ସମସ୍ତେ ତାକୁ ଖୋଜିବେ ସେତେବେଳେ ମୁଁ କଣ କହିବି ସେମାନଙ୍କୁ । ଏୟା ସବୁ ଭାବି ଭାଇର ଫଟୋ ଧରି କାନ୍ଦିପକାଉଛନ୍ତି ବଡ ଭାଇ । ଆଉ ଅନୁରୋଧ କରୁଛନ୍ତି ମୋ ଭାଇକୁ ଦୟାକରି ଖୋଜିଆଣ ।

ଗତ ୨୮ତାରିଖ ଅକ୍ଟୋବରରେ ରେଳଡ଼ବା କାଟିବା ପାଇଁ ବିହାର ମୁଙ୍ଗେର ଜିଲ୍ଲା ଚିରିଙ୍ଗାବାଦରୁ ସାଙ୍ଗ ହୋଇ ଆସିଥିଲେ ଦୁଇ ଭାଇ । ହେଲେ ସାନଭାଇ ବିଟୁ ଗୁପ୍ତା ନିଖୋଜ ନେଇ ଵଡ଼ଭାଇ ଅଜୟ ଗୁପ୍ତା ଅଭିଯୋଗ କରିଛନ୍ତି । ଵିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ସଦନନ୍ଦ ଗୁପ୍ତାଙ୍କ ବଡ଼ ପୁଅ ଅଜୟ ଗୁପ୍ତା,ସାନପୁଅ ବିଟୋ ଗୁପ୍ତା ଦୁଇ ଭାଇ ଗତ ଅକ୍ଟୋବର ମାସ ୨୮ ତାରିଖରେ ବାହାନଗା ଆସିଥିଲେ । ଵାହାନଗା ଷ୍ଟେସନରେ ଦୁର୍ଘଟଣାରେ ପଡିଥିବା ଡ଼ଵାକୁ ନିଲାମ ନେଇ ଥିବା କମ୍ପାନୀରେ କାମ କରିବା ପାଇଁ । ଦୁଇ ଭାଇ କାମ କରୁଥିବା ଵେଳେ ହଠାତ ଗତ ୮ ତାରିଖରୁ ବିଟୋ କୁ ଆଉ ପାଇ ନଥିଲେ । ଵହୁତ ଖୋଜାଖୋଜି କରି ପାଇ ନଥିଲେ । ବିଟୋ କୁ ପାଇବା ପାଇଁ ଵଡ଼ଭାଇ ଅଜୟ ଓ ଵାହାନଗା ଅଞ୍ଚଳର କ୍ଷୀରୋଦ କୁମାର ମଲ୍ଲିକଙ୍କ ସହାୟତାରେ ଯାଜପୁର,ଭଦ୍ରକ,ରାଣୀତାଲ,ମାର୍କୋଣା,ସୋର ଷ୍ଟେସନ ସହିତ ଵିଭିନ ସ୍ଥାନ ଖୋଜାଖୋଜି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିପାରି ନାହିଁ । ଵଡ଼ଭାଇ ଅଜୟ ଏଵିଷୟରେ କମ୍ପାନୀ ଓ ରେଳ ବିଭାଗକୁ ଜଣାଇଥିବାର ପ୍ରକାଶ କରିଛନ୍ତି ।

ହେଲେ ଆଜି ପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇ ପାରି ମିଳିପାରି ନାହିଁ । ଅଜୟ ଘରକୁ ଜଣାଇଥିଲେ ମଧ୍ୟ ସେ ଘରକୁ ଯାଇ ନଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି । ପରିବାର ଲୋକେ ଅଜୟ କୁ ସାଙ୍ଗ ହୋଇ ଦୁଇ ଭାଇ ଆସିବାକୁ କହିଛନ୍ତି । ନିଖୋଜ ଵିଟୁ କୁ ନପାଇବା ଘରୁ ସାଙ୍ଗ ହୋଇ ଦୁଇ ଭାଇ ଆସିବାକୁ ଘରୁ କହିଵା ଦୁଃଖରେ ଭାଙ୍ଗି ପଡିଛନ୍ତି ଵଡ଼ଭାଇ । ଭଙ୍ଗାରୁଜା ରେଳଵଗି କାଟିବାକୁ ଆସି ଶ୍ରମିକ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ଦେଖାଦେଇଛି । ଏହି ସମୟରେ ବାହାନଗା ଅଞ୍ଚଳର ଯୁବକ କ୍ଷୀରୋଦ ମଲ୍ଲିକ ବିଟୋ କୁ ଖୋଜି ଆଣିବାପାଇଁ ରେଳବିଭାଗ ସହିତ କମ୍ପାନୀ ନିକଟରେ ଦାବି କରିଛନ୍ତି । ଗଣମାଧ୍ୟମ ଆଗରେ ମଧ୍ୟ କ୍ଷୀରୋଦ ନିଖୋଜ ବିଟୋ ଘର ଓ ବାହାନଗାକୁ ଫେରିଆସିବାକୁ ନିବେଦନ କରିଛନ୍ତି ।

 

 

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

15 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

20 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

42 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

56 mins ago