ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କାର ଜରିମାନା

ଯାଜପୁର ଟାଉନ: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୧୦ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ପୋକସୋ ଅଦାଲତଙ୍କ ରାୟ। ଯାଜପୁର ଜିଲ୍ଲା ବ୍ୟାସନଗର ଅଂଚଳରେ ଗତ ୨୦୧୬ ମସିହା ଫେବ୍ରୁଆରୀ ୨୨ ତାରିଖ ଦିନ ଜଣେ ନାବାଳିକା ମେଳା ଦେଖି ଫେରୁଥିବାବେଳେ ଅଭିଯୁକ୍ତ ପ୍ରଦୀପ ନାଥ ଏକ ପଡିଆରେ ଦୁଷ୍କର୍ମ କରିଥିଲା।

ଏହି ମାମଲାର ବିଚାର କରି ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ପୋକସୋ ଅଦାଲତ ରାୟ ଶୁଣାଇଛନ୍ତି। ଏଥିସହିତ ପୀଡିତାଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.