ଜୟପୁର: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି ମାନ୍ୟବର ସ୍ୱତନ୍ତ୍ର ପୋକ୍ସ ଅଦାଲତ ଜୟପୁର l ନାବାଳିକାଙ୍କୁ ଯାତ୍ରା ଦେଖେଇନେବା ବାହାନାରେ ଡାକିନେଇ ନିଜ ସମ୍ପର୍କିୟଙ୍କ ଘରେ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ କୋଟପାଡ଼ ଥାନାରେ ୨୦୨୨ରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର l
ଆଜି ଘଟଣାର ଶୁଣାଣି କରି ମାନ୍ୟବର ସ୍ୱତନ୍ତ୍ର ପୋକ୍ସ ଆଦାଲତ ଜୟପୁର ୧୩ ଦସ୍ଥାବିଜ ସହ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି l ଘଟଣାରେ ପୀଡିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ମାନ୍ୟବର ଆଦାଲତ ନିର୍ଦେଶ ଦେଇଥିବା କହିଛନ୍ତି ସ୍ୱତନ୍ତ୍ର ସରକାରୀ ଓକିଲ ଡ଼କ୍ଟର ଗାୟତ୍ରୀ ଦେବୀ l