ପତ୍ନିହନ୍ତା ପତିକୁ ଫାଶୀ ଦଣ୍ଡ, ୨୦୨୨ ଜୁନ ଘଟିକିଆ ଗାଆଁରେ ଘଟିଥିଲା ହତ୍ୟାକାଣ୍ଡ

ଭୁବନେଶ୍ୱର : ପତ୍ନିହନ୍ତା ପତିକୁ ମିଳିଲା ଫାଶୀ ଦଣ୍ଡ  l ୨୦୨୨ ଜୁନ ୯ ଘଟିକିଆ ଗାଆଁ ରେ ଘଟିଥିଲା ଛତିଥରା ଅଘଟଣ  l ସ୍ତ୍ରୀକୁ ସୁରକ୍ଷା ଦେବା ପାଇଁ ରକ୍ଷାକର୍ତ୍ତା ସ୍ଵାମୀ କିଛି ଟଙ୍କା ପାଇଁ ସାଜିଥିଲି ପିଶାଚ  l ନିଶା ଖାଇବା ପାଇଁ ସ୍ତ୍ରୀ ଟଙ୍କା ନ ଦେବାରୁ ନିର୍ମମ ଭାବେ କରିଥିଲା ହତ୍ୟା  l ଏହି ଘଟଣାରେ ଖଣ୍ଡଗିରି ଅଂଚଳର ଘଟିକିଆ ଗାଆଁର ସ୍ବାମୀ ସଂଜିତ ଦାସ ତାଙ୍କ ପତ୍ନୀ ସରସ୍ଵତୀ ଦାଶକୁ ୩୩ ଥର ଛୁରୀ ଭୂଷି ହତ୍ୟା କରିଥିଲେ ଓ ଝିଅ ଶ୍ରୀ ଦାସକୁ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲେ ଫଳରେ ୧୫ ସାକ୍ଷୀଙ୍କ ପ୍ରମାଣ, ସାଇଣ୍ଟଫିକ ଟିମର ପ୍ରମାଣ ଓ ଏକ୍ସପର୍ଟଙ୍କ ପ୍ରମାଣକୁ ଆଧାର କରି ମାନ୍ୟବର ଜିଲ୍ଲା ଦୌରା ଜଜ୍ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି l

You might also like