ସମ୍ବଲପୁର : ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ । ସମ୍ବଲପୁର ସ୍ବତନ୍ତ୍ର ପୋକ୍ ସୋ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ କରିଛନ୍ତି । ୨୦୨୨ ମସିହାରେ ଜମନକିରା ଥାନା ଅଞ୍ଚଳରେ ଘଟିଥିଲା ଅମାନୁଷିକ ଘଟଣା । କସଡ଼ା ଗାଁର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।
ପରେ କଟାମୁଣ୍ଡ ଧରି ଗାଁର ଏକ ନଳକୂଅରେ ଧୋଇ ହେଉଥିବା ବେଳେ ଲୋକମାନେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ସ୍ବତନ୍ତ୍ର ପୋକ୍ ସୋ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜରିମାନାର କରିଛନ୍ତି କୋର୍ଟ ।