ମୟୁରଭଞ୍ଜ : ଜେଜେମା’ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ପାରିବାରିକ କଳହରୁ ଜେଜେମା’କୁ ହତ୍ୟା ମାମଲାରେ ନାତିକୁ ଆଜୀବନ ଜେଲ୍ ହୋଇଛି । ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଏହି ରାୟ ଶୁଣାଇଛନ୍ତି । ଆଜୀବନ ଜେଲ୍ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅର୍ନ୍ତଗତ ବାଉଁଶ ଖୁଣ୍ଟି ଗ୍ରମାର ଲକ୍ଷ୍ମଣ ଟୁଡୁ । ଗତ ୨୦୨୧ମସିହା ନଭେମ୍ବର ୧୯ ତାରିଖରେ ପାରିବାରିକ କଳହକୁ ନେଇ ଲକ୍ଷ୍ମଣ ନିଜ ଜେଜେମା ସମବାରୀ ହେମ୍ବ୍ରମଙ୍କୁ କୁରାଢୀରେ ହାଣି ହତ୍ୟା କରିଥିଲା । ଏନେଇ ସମ୍ପର୍କୀୟ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହତ୍ୟା ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାରେ ଦଣ୍ଡିତ କରାଯାଇଛି ।