ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଯୁବକକୁ ପଡିଲା ମହଙ୍ଗା: ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

କାକଟପୁର: ପୁରୀ ଜିଲ୍ଲା କାକଟପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମର ନାଥ ସାହିରେ କଙ୍ଗାରୁକୋର୍ଟରେ ଯୁବକଙ୍କୁ ମାଡ । ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଜଣେ ଯୁବକ। ମହିଳାଙ୍କ ଘରେ ପଶିଥିବା ସମୟରେ ଯୁବକକୁ ଦେଖି ମହିଳା ଜଣଙ୍କ ପାଟି କରିବାରୁ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା ସମ୍ପୃକ୍ତ ଯୁବକ। ଏହାପରେ ଯୁବକ ଜଣକୁ କାବୁ କରି ଗ୍ରାମବାସୀମାନେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ।

ଯାହା ଭିଡିଓ ଭାଇରାଲ ହେଉଛି । ସେପଟେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ମହିଳା କାକଟପୁର ଥାନାରେ ଏକ ଏତଲା ଦେଇଥିବା ବେଳେ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ଯୁବକକୁ ଉଦ୍ଧାର କରି କାକଟପୁର ଥାନାକୁ ଆଣି ପଚରାଉଚରା କରିଛି | ଏ ଘଟଣା ଏବେ ସମଗ୍ର କାକଟପୁର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.