ବୟାଳିଶ ମୌଜାରେ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

କଟକ :  ହୋଲିରେ ଲାଗିଛି ରକ୍ତର ଛିଟା ।  କଟକ ବୟାଳିଶ ମୌଜାରେ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ବ୍ୟକ୍ତିଙ୍କ ଘର ବିରାଙ୍ଗ ଜଗତସିଂହପୁର । ତାଙ୍କ ନାଁ ବିକାଶ ମହାନ୍ତି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ସୂଚନା ରହିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଶ୍ରୀକୃଷ୍ଣ ବିହାର ଅଂଚଳରେ ହୋଲିରେ ଜଣେ ଯୁବକକୁ ଅନ୍ଯ ଜଣେ ନିଶାସକ୍ତ ଯୁବକ ଗୁଳି କରି ହତ୍ୟା କରିଛି । ଅଭିଯୁକ୍ତ ଓ ମୃତକ ଅନ୍ଯ କିଛି ବନ୍ଧୁଙ୍କ ସହ ଏକ ଘରେ ଭୋଜି କରୁଥିଲେ। ନିଶାସକ୍ତ ଅବସ୍ଥାରେ ସେମାନଙ୍କ ମଧ୍ଯରେ ଗଣ୍ଡଗୋଳ ଲାଗିବାରୁ ଅଭିଯୁକ୍ତ ଜଣକ ସାଥୀରେ ଆଣିଥିବା ରିଭଲଭରରୁ ଅତି ନିକଟରୁ ଗୁଳି ଚଳାଇଥିଲା । ଘଟଣାସ୍ଥଳ ରେ ଯୁବକଙ୍କ ମୃତ୍ୟୁ ହୋଇ ଥିଲା। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳ ରେ ପହଂଚି ଘଟଣା ଜାଣିଥିଲା ।

ମୃତ ଯୁବକ ବିକାଶ ମହାନ୍ତିଙ୍କ ଘର ଜଗତସିଂହପୁର ଅଂଚଳ ରେ ହୋଇଥିବା ବେଳେ ଅଭିଯୁକ୍ତ ର ଘର କେନ୍ଦ୍ରାପଡା। ଉଭୟଙ୍କ ମଧ୍ଯ ରେ ବ୍ୟାବସାୟିକ ତଥା ପୂର୍ବ ଶତୃତା ଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଅନୁମାନ କରୁଛି। ପୋଲିସ ଅଭିଯୁକ୍ତ ଓ ହତ୍ଯାକାଣ୍ଡ ରେ ବ୍ୟବହୃତ ବନ୍ଧୁକ ଜବତ କରିଛି। ସମସ୍ତ ଦିଗକୁ ନେଇ ସାଇଣ୍ଟିଫିକ ଟିମ ଅନୁସନ୍ଧାନ କରୁଛି ବୋଲି ଡିସିପି କହିଛନ୍ତି।