ପୋଖରୀ ଖୋଳାକୁ ନେଇ ଗଡିଲା ମୁଣ୍ଡ: ଘର ବାରଣ୍ଡାରେ ବସିଥିବାବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ମାଡ

ଢେଙ୍କାନାଳ(କେନ୍ୟୁଜ୍): ପୋଖରୀ ଖୋଳାକୁ କେନ୍ଦ୍ରକରି ଗୁଳିମାଡ଼। ଢେଙ୍କାନାଳ ସଦର ଥାନା କନ୍ଧପାଳ ଗାଁରେ ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଦଳେଇ ନାୟକ। ତାଙ୍କୁ ୫୬ ବର୍ଷ ହୋଇଥିଲା। ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। କିଛି ଦିନ ହେଲା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଯାହାର ପରିଣତି ଏବେ ଭୟଙ୍କର ହୋଇଛି।

ଆଜି ସକାଳେ ଦଳେଇ ନାୟକ ଘର ବାରଣ୍ଡାରେ ବସିଥିବା ସମୟରେ କିଛି ଦୁର୍ବୃତ୍ତ ପହଞ୍ଚି ଅତର୍କିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତାଙ୍କ ଛାତି ଓ ବାମ ପଟ ହାତରେ ଗୁଳି ବାଜିଥିଲା। ପରିବାର ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କନ୍ଧପାଳ ଗାଁରେ ପହଞ୍ଚି ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.