ସ୍ତ୍ରୀକୁ ହାଣିଲା ସ୍ବାମୀ, ଶାଳୀ ଓ ପୁଅକୁ ବି ଛାଡ଼ିଲାନି ସୈତାନ ଭିଣେଇ

କଟକ : ସ୍ତ୍ରୀକୁ ହାଣିଲା ସ୍ବାମୀ । ଶାଳୀ ଓ ପୁଅକୁ ବି ଛାଡ଼ିଲାନି ସୈତାନ । ରାତିରେ ଶୋଇଥିବା ଅବସ୍ଥାରେ ଫାର୍ଶାରେ ଆକ୍ରମଣ କରିଛି । ଢେଙ୍କାନାଳ ଜିଲ୍ଲା ତାଳବଡ଼କୋର୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣରେ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ୩ ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଆହୁରି ଗୁରୁତର ହେବାରୁ ସମସ୍ତଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ। ତେବେ କେଉଁ କାରଣ ପାଇଁ ଏହି ବିଭତ୍ସକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।

 

 

ଆହୁରି ପଢ଼ନ୍ତୁ : ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର: ମୁଣ୍ଡ,ବେକ ଓ ହାତରେ ଲାଗିଛି ଆଘାତ