ଭଦ୍ରକ : ମେଡିକାଲରେ ଅପରାଧୀଙ୍କ ଉନ୍ମତ୍ତ କାଣ୍ଡ । ସିକ୍ୟୁରିଟି ଗାର୍ଡଙ୍କ ବାଡିକୁ ଛଡାଇ ନେଇ ଆକ୍ରମଣ କଲେ ଅପରାଧୀ । ପ୍ରାୟ ଏକ ଘଣ୍ଟା ଧରି ବନ୍ଦ ରହିଥିଲା ସ୍ବାସ୍ଥ୍ୟସେବା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁସାରେ ପୁରୁଣା ବଜାର ଥାନା ନୂଆସାହିର ବାବା ଖାଁଙ୍କୁ ଏକ ଗଣ୍ଡଗୋଳ ଘଟଣାରେ ଅଟକ ରଖିଥିଲା ପୋଲିସ । ପରେ କୋର୍ଟ ଚାଲାଣ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଆଣିଥିଲେ । ଡାକ୍ତରଙ୍କ ପାଖକୁ ବାବା ଖାଁକୁ ନିଆ ଯାଉଥିଲା ବେଳେ କୌଶଳ କ୍ରମେ ସେଠାରେ ଥିବା ଜଣେ ସିକୁରିଟି ଗାର୍ଡଙ୍କ ବାଡ଼ିକୁ ଛଡାଇ ନେଇ ପ୍ରଥମେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ବାହାର କରି ଦେବା ପରେ ଆଉ ଡୋର ଗେଟକୁ ବନ୍ଦ କରି କରିଦେଇଥିଲା । ଫଳରେ ସେଠାରେ ଥିବା ଦୁଇ ଜଣ ମହିଳା ଡାକ୍ତର ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିଲେ । ତେଣୁ ଆଉଡର ସେବା ପ୍ରାୟ ଏକ ଘଣ୍ଟା ବନ୍ଦ ହୋଇ ଯାଇଥିଲା । ଶେଷରେ ତାଙ୍କର ଜଣେ ସମ୍ପର୍କୀୟ ବହୁତ ବୁଝା ସୁଝା କରିବା ପରେ ସେ ଗେଟ ଖୋଲିଥିଲା । ପୋଲିସ ତାକୁ କାବୁ କରି କୋର୍ଟ ଚାଲାଣ କରିଥିଲା ।