ରାଜଧାନୀରେ ଛୁରାମାଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ଆକ୍ରମଣ କଲା ସାଙ୍ଗ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଛୁରାମାଡ। ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ହୋଇଛି ଛୁରମାଡ଼। ଦୁଇ ଜଣ ହେଲେ ଆଦିତ୍ୟ ରାୟ ଓ ସେକ ଆବଦୁଲ । ପୂର୍ବ ଶତ୍ରୁତାକୁ ନେଇ ଘଟିଛି ଏହି ଭଳି ଘଟଣା। ପୂର୍ବ ଝଗଡାକୁ ନେଇ ନିଶା ଶକ୍ତ ଅବସ୍ଥାରେ ସେକ ଅବଦୁଲକୁ ଛୁରମାଡ଼ କରିଛି ଆଦିତ୍ୟ ।

ଯାହା ଜଣାପଡିଛି ଆବଦୁଲର ପେଟ ଓ ପିଞ୍ଜରାରେ ଗଭୀର କ୍ଷତ ହୋଇଛି।  ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କଦଳୀ ଗୋଦାମ ବସ୍ତିରେ ଏହି ଘଟଣା ଘଟିଥିବାବେଳେ, ଆଦିତ୍ୟକୁ ଅଟକ ରଖିଛି ଲକ୍ଷ୍ମୀ ସାଗର ଥାନ ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.