ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ ବଞ୍ଚି ରହିବାଟା ମୁସ୍କିଲ କରିଦିଏ । ଜିଇଁ ଥାଉ ଥାଉ ମିଳିଥାଏ ନର୍କ ଯନ୍ତ୍ରଣା । ଗୋଟିଏ ବ୍ୟକ୍ତି ପରିବାର ଚଳାଇବା ପାଇଁ ଦିନ ରାତି ଏକ କରି ସଂଘର୍ଷ କରିଥାଆନ୍ତି । କିନ୍ତୁ ଯେତେବେଳେ ଏହି ପରିବାର ପାଇଁ ସେ ନିଜେ ବୋଝ ହୋଇଯାଆନ୍ତି । ତାହା କୌଣସି ବଡ଼ ବିପତ୍ତିଠାରୁ କମ୍‌ ନୁହେଁ । ପରିବାର ପାଇଁ ଖରା,ବର୍ଷା , ଶୀତ କାକରରେ ଧାଇଁଥାଆନ୍ତି ଟିକିଏ ବସିବାକୁ ସମୟ ପାଆନ୍ତିନି ।

ଆଉ କେମିତି ବା ବସିବେ, ବସି ପଡ଼ିଲେ ୨ ଜଣ ସ୍ବାମୀ ଦୁଇ ଓଳି ଖାଇବେ କଣ । ଏ ପରିବାର ଚଳିବ କେମିତି ? ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅସିନିବେରେଣା ଗାଁର ୪୪ ବର୍ଷୀୟ ବାପିନା ଗନ୍ତେଇତଙ୍କ କଥା । ଗତ ୨/୩ ବର୍ଷ ଧରି ସେ ଏବେ ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିଛନ୍ତି । କିଏ କହୁଛି ବାପିନାଙ୍କୁ ପାରାଲିସିସ୍ ହୋଇଯାଇଛି ତ ସ୍ତ୍ରୀ କହୁଛନ୍ତି ମୋ ସ୍ୱାମୀଙ୍କୁ ଟ୍ୟୁମର ହୋଇଯାଇଛି । କିନ୍ତୁ ପ୍ରକୃତ କଥା ହେଲା ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ । ପରିବାର ଚଳାଇବା ପରିବର୍ତ୍ତେ ପରିବାର ପାଇଁ ବୋଝ ହୋଇ ରହିଛନ୍ତି ବାପିନା। ଘରର ଚାରିକାନ୍ଥ ମଧ୍ୟରେ ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏବେ ତାଙ୍କ ଦୁଃଖ କିଏ ବୁଝୁଛି ?

ବାପିନାଙ୍କ ସ୍ତ୍ରୀ କହିଛନ୍ତି । ଶଶୁର, ଦେଢ଼ସୁରଙ୍କ ମୃତ୍ୟୁ ପରେ ସେ ଋଣକରି ସ୍ୱାମୀଙ୍କୁ ସୁସ୍ଥ କରାଇବା ପାଇଁ ଧାଇଁଛନ୍ତି । ସରକାରଙ୍କ ଦ୍ଵାରା ପ୍ରଦତ୍ତ BSKY କାର୍ଡ କୁ ସାଥିରେ ଧରି ସ୍ବାମୀକୁ ଭୁବନେଶ୍ୱର, କଟକ ,ବ୍ରହ୍ମପୁର ଆଦି ସ୍ଥାନରେ ନେଇ ଚିକିତ୍ସା କରାଇ ସମସ୍ତ ପ୍ରୟାସ ନିଷ୍ଫଳ ହେବା ପରେ ଏବେ ଉପାୟ ହିନ ହୋଇପଡ଼ିଛନ୍ତି ଝୁନୁ । କେମିତି ସ୍ବାମୀଙ୍କୁ ଭଲ ମେଡିକାଲ୍ ନେଇ ଚିକିତ୍ସା କରିବେ ସେଥିପାଇଁ ସରକାରୀ ସହାୟତା ଲୋଡ଼ିଛନ୍ତି । ଏକମାତ୍ର ସାହାରା କହିଲେ ଏବେ ମାସକୁ ମିଳୁଥିବା ୫ କିଲୋ ଚାଉଳ । ଦୁଇ ଓଳି ଖାଇବା ପାଇଁ ପର ପାଖରେ ହାତ ପାତିବା ସହ ବାଉଁଶ ପାତିରେ କିଛି ସାମଗ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଝୁନୁ । ବର୍ତ୍ତମାନ ନିଜେ ଚଳିବା ସହ ସ୍ବାମୀଙ୍କୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଝୁନୁ।

ଝୁନୁ ସ୍ବାମୀଙ୍କୁ ଭଲ ମେଡ଼ିକାଲରେ ଦେଖାଇବା ପାଇଁ ଚାହିଁଥିଲେ ମଧ୍ୟ ଅର୍ଥ ବାଧକ ସାଜିଥିବା ବେଳେ ଏକୁଟିଆ ଏତେ ସବୁ କାର୍ଯ୍ୟ ପାଇଁ ସେ ଅସମର୍ଥ । ଏଥିପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିଛନ୍ତି । ଯଦି କେହି ସ ହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ କରିବାକୁ ଚାହାଁନ୍ତି ତେବେ ତାଙ୍କ ଯୋଗାଯୋଗ ନମ୍ବର ହେଉଛି…

ମୋ – ୯୮୬୧୯୫୬୯୩୩
ଆକାଉଣ୍ଟ ନମ୍ବର – ୩୮୫୦୯୬୯୩୯୦୫
ଆଇ.ଏଫ୍.ସି କୋଡ଼ – SBIN0007832
ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ, ଦଶପଲ୍ଲା ବ୍ରାଞ୍ଚ

 

Leave A Reply

Your email address will not be published.