ପୁରୀରେ ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ
ପୁରୀ : ପୁରୀରେ ବୀଭତ୍ସ ହତ୍ୟା । ଶ୍ରୀସେତୁ ତଳୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ହେଲେ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ । ମାର୍କେଟ ଛକରେ ଉଠା ଜଳଖିଆ ଦୋକାନ କରିଥିଲେ ସୁଦର୍ଶନ ।
ଗତକାଲି ରାତିରେ ସୁଦର୍ଶନ ଦୁଇଜଣ ବନ୍ଧୁଙ୍କ ସହ ଦୋକାନରୁ ଫେରି ଆଉ ଘରକୁ ଯାଇନଥିଲେ । ଆଜି ସକାଳୁ ଶ୍ରୀସେତୁ ତଳୁ ସୁଦର୍ଶନଙ୍କ ମୃତଦେହ ମିଳିଛି । ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସର ।