କାଠଯୋଡ଼ିରେ ପୁଣି ଡେଇଁଲେ ଯୁବକ, ବ୍ରିଜ ଉପରେ କାର ରଖି ନଦୀକୁ ଡେଇଁଲେ

କଟକ : କାଠଯୋଡ଼ିରେ ପୁଣି ଡେଇଁଲେ ଯୁବକ । ବ୍ରିଜ ଉପରେ କାର ରଖି ନଦୀକୁ ଡେଇଁଛନ୍ତି ତୁଷାର ଭଟ୍ଟ । ଗତ ବୁଧବାର ଦିନ ଭୁବନେଶ୍ବର ଘରୁ ବାହାରିବା ପରେ ଆଉ ଫେରିନାହାନ୍ତି ତୁଷାର । କଟକ ନେତାଜୀ ସୁବାସ ବୋଷ ବ୍ରିଜ ଉପରୁ ତାଙ୍କ ଚପଲ ମିଳିଥିବା ବେଳେ, ତ୍ରିଶୁଲିଆ ଛକ ଏବଂ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଉପରୁ ତାଙ୍କ କାର ଠାବ ହୋଇଛି । ସେ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାର ତଦନ୍ତ କରୁଛି ବାରଙ୍ଗ ଥାନା ପୋଲିସ । ଅନ ଲାଇନ୍ ଟ୍ରେଡିଂ ବ୍ୟବସାୟରେ ବହୁ କ୍ଷତି ହେବା ପରେ ସେ ଏହି ପଦକ୍ଷେପ ନେଇଥିବା ଆଶଙ୍କା ରହିଛି । ତେବେ ଏହା ଅପହରଣ ନା ଆତ୍ମହତ୍ୟା ତାର ଖୋଳତାଡ କରୁଛି ପୋଲିସ । ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ସର୍ଚ୍ଚ ଅପରେସନ କରାଯାଉଛି ।