ପୂରା ଟଙ୍କା ନେଇ ଗରିବ ଲୋକଙ୍କୁ ଧରେଇ ଦେଲେ ପୁରୁଣା ମେସିନ୍
ଧୂପ ତିଆରି ମେସିନ ଯୋଗାଇବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଲେ । ଧରାପଡିଲେ ଅଭିଯୁକ୍ତ । ଅଭିଯୁକ୍ତ ହେଉଛନ୍ତି ରସୁଲଗଡ ଉତ୍କଳ ଆସୋସିଏଟସର ମାଲିକ ବ୍ରହ୍ମାନନ୍ଦ ପୃଷ୍ଟି । ଗତ ଅକ୍ଟୋବର ମାସରେ ଉତ୍କଳ ଆସୋସିଏଟର ମାଲିକଙ୍କ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଂଚଳର ସୂଚୀସ୍ମିତା ପଲାଇ ନାମକ ଜଣେ ମହିଳା ନିଜେ ଆତ୍ମନିରଭରଶୀଳ ହେବା ଲକ୍ଷ୍ୟରେ କୋଟେସନ ନେଇ ବ୍ୟାଙ୍କରେ ଋଣ କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ୍) : ଧୂପ ତିଆରି ମେସିନ ଯୋଗାଇବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଲେ । ଧରାପଡିଲେ ଅଭିଯୁକ୍ତ । ଅଭିଯୁକ୍ତ ହେଉଛନ୍ତି ରସୁଲଗଡ ଉତ୍କଳ ଆସୋସିଏଟସର ମାଲିକ ବ୍ରହ୍ମାନନ୍ଦ ପୃଷ୍ଟି । ଗତ ଅକ୍ଟୋବର ମାସରେ ଉତ୍କଳ ଆସୋସିଏଟର ମାଲିକଙ୍କ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଂଚଳର ସୂଚୀସ୍ମିତା ପଲାଇ ନାମକ ଜଣେ ମହିଳା ନିଜେ ଆତ୍ମନିରଭରଶୀଳ ହେବା ଲକ୍ଷ୍ୟରେ କୋଟେସନ ନେଇ ବ୍ୟାଙ୍କରେ ଋଣ କରିଥିଲେ । ଋଣ ପାସ ହେବା ପରେ ଏହି ଅର୍ଥ ଉତ୍କଳ ଆସୋସିଏଟର ଆକାଉଣ୍ଟସକୁ ଆସିଥିଲା । ଏହି ବାବଦରେ ଉତ୍କଳ ଆସୋସିଏଟସ ପକ୍ଷରୁ ଧୂପ ତିଆରି ନୂଆ ମେସିନ ପାଇବାର ଥିଲା । ହେଲେ ବ୍ରହ୍ମାନନ୍ଦ ନୂଆ ମେସିନ ବଦଳରେ ପୁରୁଣା ମେସିନ ଧରାଇ ଦେଇଥିଲେ । ସୂଚୀସ୍ମିତାଙ୍କ ଘରେ ମେସିନ ପ୍ୟାକେଟ ଖୋଲି ଦେଖିବା ବେଳେ ଜାଣିବାକୁ ପାଇଥିଲେ ଯେ ଏହି ଧୂପ ମେସିନ ପୁରୁଣା ବୋଲି ।
ଏହାପରେ ଅଭିଯୁକ୍ତ ବ୍ରହ୍ମାନନ୍ଦଙ୍କୁ ପଚାରିବାରୁ ସେ କୌଣସି ଜବାବ ଦେଇଥିଲେ ଓ ଉଭୟ ଦମ୍ପତିଙ୍କୁ ଧରା ଛୁଆଁ ଦେଇ ନଥିଲେ । ତେଣୁ ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ରସୁଲଗଡ଼ ଉତ୍କଳ ଆସୋସିଏଟ ମାଲିକଙ୍କୁ ଧରିଛି ପୋଲିସ୍ । ଏନେଇ ପୋଲିସ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତକୁ ଅଟକ ରଖିଛି ।