ରାତି ଅଧରେ ପୋଲିସର ଦବଙ୍ଗଗିରି: କବାଟ ଭାଙ୍ଗି ଘର ଭିତରୁ ଟାଣିନେଇ ଯୁବକଙ୍କୁ ବିଲ ମଝିରେ ନିସ୍ତୁକ ମାଡ଼

ସୋର(କେନ୍ୟୁଜ): ରାତି ଅଧରେ ଆଗରପଡା ଥାନା ପୋଲିସର ଦବଙ୍ଗଗିରି । ରାତି ୨ଟା ସମୟରେ କବାଟ ଭାଙ୍ଗି ଜଣେ ବ୍ୟକ୍ତିକୁ ଭିଡ଼ି ନେଇ ବିଲ ମଝିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନୂଆ ଗାଁରେ । ଆଗରପଡା ପୋଲିସ ମାଡ଼ରେ କ୍ଷତାକ୍ତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାଳନ୍ଦୀ ଜେନା ।

ଏନେଇ ଆଗରପଡା ପୋଲିସ ଉପରେ ସିମୁଳିଆ ଥାନାରେ ସେ ଲିଖିତ ଏତଲା ଦେଇଛନ୍ତି । ଗତ ୨୮ ତାରିଖ ରାତିରେ ହଠାତ କବାଟ ବାଡ଼େଇବା ସହ କବାଟ ଭାଙ୍ଗିଥିଲେ । ଅଭିଯୁକ୍ତକୁ ଖୋଜିବା ଆଳରେ କାଳନ୍ଦୀ ଜେନାକୁ ତାଙ୍କ ଶଶୁର ଘର ଦେଖେଇବାକୁ କହି ଘରୁ ଜୋର ଜବରଦସ୍ତ ନେଇଯାଇଥିଲେ ।

କାଳନ୍ଦୀଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧକ୍କା ମାରିଥିଲେ । ପରେ କାଳନ୍ଦୀଙ୍କୁ ବିଲ ମଝିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.