ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି ତୋଳୁଥିଲା ହେଲେ ତା ପୂର୍ବରୁ ତା ସଂସାର ଉଜୁଡ଼ିଗଲା । ଯୌତୁକ ଦାବି କରି ବାରମ୍ବାର ତା ଶାଶୂଘର ଲୋକେ ମୋ ଭଉଣୀକୁ ଅନେକ ଦିନ ହେବ ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ଆଜି ତା ଜୀବନ ନେଇଯାଇଛନ୍ତି । ଏମିତି କହି ଭୋ ଭୋ ହୋଇ କାନ୍ଦୁଛି ଭାଇ ଜଣକ ।

ପୁଣି ସାମ୍ନାକୁ ଆସିଛି ବଧୂହତ୍ୟା ଅଭିଯୋଗ । ବଧୂହତ୍ୟା ମାମଲାକୁ ବାରମ୍ବାର ବିରୋଧ କରିଆସୁଥିଲେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବେଣୀଗୌରୀ ଗାଁରେ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି । କୁହାଯାଉଛି ସ୍ତ୍ରୀକୁ ତା ସ୍ୱାମୀ ପିଟି ପିଟି ମାରିଦେଇଛି । ଏହି ଅଭିଯୋଗ ନେଇ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ।

ମୃତ ବଧୂଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ଯେ ତାଙ୍କ ଭଉଣୀଙ୍କୁ ବାରମ୍ବାର ଯୌତୁକ ନେବା ପାଇ ଦାବି କରୁଥିଲେ । ଆଉ ଭଉଣୀଙ୍କୁ ମୁଁ ଘରକୁ ନେଇ ଆସିଥିଲି କାରଣ ମୋ ଭଉଣୀ ୨ ମାସର ଗର୍ଭବତୀ ଥିଲା । କିନ୍ତୁ ତା ଶାଶୂ ଘର ଲୋକେ ତାକୁ ମେଡିକାଲ ନେଉନଥିଲେ । ବାରମ୍ବାର ମୁଁ ତା ଶାଶୂଘର ଲୋକଙ୍କୁ ଫୋନ୍‌ କରିଥିଲି ମୋ କଥା କେହି ଶୁଣିନଥିଲେ । ମୋ ଭଉଣୀ ୪ ମାସର ଗର୍ଭବତୀ ହୋଇଥିଲେ ସୁଦ୍ଧା ତାର କେହି ଯତ୍ନ ନେଉନଥିଲେ । ବଡ଼ ଦୁଃଖର ବିଷୟ ଯେଉଁଥିପାଇଁ ମୋ ଭଉଣୀର ସନ୍ତାନ ଦୁନିଆ ଦେଖିବା ପୂର୍ବରୁ ଚାଲିଗଲା ।

ମୃତକ ହେଲେ କେ. ମନୀତା ପାତ୍ର । କେ ସନ୍ତୋଷ ପାତ୍ରଙ୍କ ସହ ପ୍ରାୟ ବର୍ଷକ ତଳେ ଉଭୟଙ୍କର ବାହାଘର ହୋଇଥିଲା । ହେଲେ ଏବେ ମନୀତାଙ୍କ ମୃତ୍ୟୁର କାରଣ ତାଙ୍କ ସ୍ୱାମୀ । ଏହି ଘଟଣା ପରେ ସ୍ବାମୀକୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଶାଶୂ, ନଣନ୍ଦ ପରିବାର ଅନ୍ୟ ସଦସ୍ୟମାନେ ଫେରାର ହୋଇଯାଇଛନ୍ତି । ଏନେଇ ରମ୍ଭା ଥାନାରେ ଏକ ମାମଲା ରୁଜୁ କରି ରମ୍ଭା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

You might also like