ବେକରେ ଜୋତାମାଳ ପିନ୍ଧାଇ ଟ୍ରକ୍ ଆଗରେ ବାନ୍ଧି ଦେଲେ ଡ୍ରାଇଭର, ମୋବାଇଲ୍‌ ଚୋରିର ଏମିତି ଶାସ୍ତି

ପାରାଦୀପ(କେନ୍ୟୁଜ୍‌): ଟ୍ରକରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅମାନବୀୟ ଦଣ୍ଡ । ସାମାନ୍ୟ ଚୋରି ଅଭିଯୋଗରେ ଯୁବକଙ୍କୁ ଦଣ୍ଡ । ମୋବାଇଲ ଚୋରି କରିବାରୁ ଗାଡି ଆଗରେ ଝୁଲାଇଦେଲେ ଟ୍ରକ୍‌ ଡ୍ରାଇଭର । ପାରାଦୀପ ଟିକରପଙ୍ଗା ଅଞ୍ଚଳର ଘଟଣା ।

ଜଣେ ବ୍ୟକ୍ତି ମୋବାଇଲ ଚୋରି କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ କିଛି ଟ୍ରକ ଡ୍ରାଇରଭଙ୍କ ହାବୁଡରେ ପଡିଥିଲା । ପରେ ଟ୍ରକ୍‌ ଡ୍ରାଇଭର ମାନେ ଚୋର ବେକରେ ଜୋତାମାଳ ପିନ୍ଧାଇ ଟ୍ରକ୍‌ ଆଗରେ ବାନ୍ଧି ଗାଡି ଚଲାଇବା ସହ ଏହାର ଏକ ଭିଡିଓ ରେକର୍ଡିିଂ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏବେ ଭିଡିଓଟି ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି ।

ଏହି ଘଟଣାକୁ ନେଇ ଓଡ଼ିଶା ମାନବାଧିକାର କମିଶନ୍‌ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହି ଘଟଣାରେ ଜଗତସିଂହପୁର ପୋଲିସକୁ ନୋଟିସ୍‌ କରାଯାଇଛି । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.