ଆରଡ଼ି ଆଖଣ୍ଡଳମଣି ପୀଠରେ ବୁଲୁଛନ୍ତି ଶିବ, ଭକ୍ତ ନେଉଛନ୍ତି ସେଲ୍ଫି

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ବୁଲୁଛନ୍ତି ଶିବ। ଶ୍ରାବଣ ମାସ ଚାଲୁଥିବାରୁ ଭକ୍ତମାନେ ବିଭିନ୍ନ ବେଶରେ ସଜେଇ ହୋଇ ପାଣିଭାର ନେଇ ଆସୁଛନ୍ତି। ଆଜି ଜଣେ ଭକ୍ତ ନିଜକୁ ଶିବ ରୂପରେ ସଜେଇ ହୋଇ ଆରଡ଼ି ପୀଠରେ ବୁଲୁଥିବାର ଦେଖିବାକୁ ମିଳିଛି।

ଲୋକମାନେ ମଧ୍ୟ ପାଖରେ ଛିଡା ହୋଇ ସେଲ୍ଫି ନେଉଛନ୍ତି।ଭକ୍ତ ଜଣଙ୍କ ହାତରେ ତ୍ରିଶୂଳ. ଡମ୍ବରୁ ଧରିଥିବା ବେଳେ ବେକରେ ପ୍ଲାଷ୍ଟିକ ସାପ ଗୁଡ଼ାଇଛନ୍ତି। ପୁରାପୁରି ଶିବଙ୍କ ଭଳି ସଜେଇ ହୋଇଛନ୍ତି।

Leave A Reply

Your email address will not be published.