ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ଅଭିଯୋଗ କରିଥିବା ଯୁବକଙ୍କୁ ଜବାବ

ଭୁବନେଶ୍ବର: କାଲି ସ୍ବାମୀ ବୋଲି ଦାବି କରି ଭୁବନେଶ୍ବର ଭରତପୁର ଥାନାରେ ଅଭିଯୋଗ କଲେ ଜଣେ ଯୁବକ । କହିଲେ ତାଙ୍କ ପତ୍ନୀଙ୍କର ଗତ ୯ ମାସ ହେଲା କୌଣସି ଖୋଜ ଖବର ନାହିଁ । ସେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ ସହ ଜଡ଼ିତ ଥିଲେ । ହେଲେ ତାପରେ ତାଙ୍କୁ ସେ ଖୋଜି ପାଉ ନାହାନ୍ତି । ଏହା ସହିତ ଆଶ୍ରମ ବିରୋଧରେ ଏବଂ ଏହାର ମୁଖ୍ୟ କାଶୀନାଥ ମିଶ୍ରଙ୍କ ବିରୁଦ୍ଧରେ ଅନେକ କଥା କହିଲେ । ସେଠାରେ ଅନୈତିକ କାର୍ଯ୍ୟ ହେଉଛି ଏବଂ ତାଙ୍କ ପତ୍ନୀଙ୍କୁ ଫୁସୁଲାଇ ଆଶ୍ରମ ଲୋକ ନେଇ ଯାଇଛନ୍ତି, ଏମିତି ଅନେକ ବଡ଼ ବଡ଼ ଅଭିଯୋଗ ଆଣିଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯୁବକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ମା।

ସେ କହିଛନ୍ତି କି ଯୁବକ ଜଣକ ଏକଦମ୍ ମିଛ କହୁଛନ୍ତି । ତାଙ୍କ ଝିଅ ବାହା ହୋଇନାହିଁ। ସେ ପାଠ ପଢୁଛି । ଏ ଯୁବକ ଜଣକ ହେଉଛନ୍ତି ଜିତେନ୍ କୁମାର ଗିରି । ଝିଅକୁ ଏକତରଫା ପ୍ରେମ କରି ପୂର୍ବରୁ ବି ତାଙ୍କୁ ହଇରାଣ କରେ। ତା ନାଁରେ ସେମାନେ ଆଗରୁ ରରୁଆଁ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।… ଗତକାଲି ଜିତେନ୍ ଭରତପୁର ଥାନାରେ ତାଙ୍କ ସ୍ତ୍ରୀ ଲୁସିକା ବାରିକକୁ ୪ ବର୍ଷ ୨ ମାସ ଧରି ପଣ୍ଡିତ କାଶୀନାଥ ମିଶ୍ର ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ ।

ବୈକୁଣ୍ଠ ଧାମ ଆଶ୍ରମକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଚାଲିଛି । ଏହାର କୁନି କଳ୍କୀ ବାବା ଏବଂ ଆଶ୍ରମର ମୁଖ୍ୟ ତଥା କଳ୍କୀ ବାବା ବୋଲାଉଥିବା ପିଲାର ବାପା କାଶୀନାଥ ମିଶ୍ର ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ସେମାନେ ଏବେବି ସାମନାକୁ ଆସି ନାହାନ୍ତି । ଅନ୍ୟପକ୍ଷରେ ସରକାରୀ ଜମିରେ ଥିବା ଆଶ୍ରମକୁ ଭଙ୍ଗିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ଏହା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ରୋକ୍ ଲାଗିବା ପରେ ଖବର ଟିକେ ଥମି ଯାଇଥିଲା । ହେଲେ ଗତକାଲି ଏହି ଯୁବକ ନିଆଁରେ ଘିଅ ଢାଳିଲା ଭଳି ଭରତପୁର ଥାନାକୁ ଆସି ପୁଣି ବୈକୁଣ୍ଠଧାମ ଆଶ୍ରମକୁ ନେଇ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ ।…ପୁଣି ଥରେ ଶୁଣି ନିଅନ୍ତୁ ତାଙ୍କ ଅଭିଯୋଗ ।

You might also like