ଦୁଷ୍କର୍ମ କରି ଯାଇଥିଲେ ଜେଲ, ଜାମିନରେ ଆସି ନାବାଳିକାକୁ କଲେ ହତ୍ୟା; ନଦୀରେ ଖୋଜା ଚାଲିଛି ମୃତଦେହ

ରାଉରକେଲା: ଝାରସୁଗୁଡାରେ ମର୍ଡର, ରାଉରକେଲାରେ ସର୍ଚ୍ଚ ଅପରେସନ୍ ! । ରାଉରକେଲା ନୂଆ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ମୃତଦେହ ଖୋଜୁଛି ରାଉରକେଲା ପୋଲିସ ଓ ଓଡ୍ରାଫ ଟିମ୍ । ନାବାଳିକାଙ୍କୁ ହତ୍ୟା ପରେ ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଫିଙ୍ଗିଦେଇଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଚାଲିଛି ।

ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍ ଯାଇଥିଲେ ଜଣେ ଯୁବକ । ତେବେ ଜାମିନରେ ବାହାରିବା ପରେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଛି ଅଭିଯୁକ୍ତ । ହତ୍ୟା ପରେ ଅଭିଯୁକ୍ତ ଜଣକ ଧରାପଡ଼ିବା ପରେ ବ୍ରାହ୍ମଣୀ ନଦୀରେ ମୃତଦେହ ଫିଙ୍ଗିଥିବା ପୋଲିସ ଆଗରେ ସ୍ବୀକାର କରିଛି । ମୃତଦେହ ଉଦ୍ଧାର କାର୍ଯ୍ୟରେ ଲାଗିଛି ପୋଲିସ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଅଞ୍ଚଳରେ ମୂଳ ବାସିନ୍ଦା ହେଉଛନ୍ତି ମୃତ ନାବାଳିକା ।