ଖେଳନା ବନ୍ଧୁକ ଦେଖାଇଲା ଲୁଟେରା, ମାଡ଼ି ବସିଲେ ବ୍ୟାଙ୍କ କର୍ମଚାରୀ

ବଲାଙ୍ଗୀର : ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍‌ । ଅତି ଚାଲାକିର ସହ କରିଥିଲା ପ୍ଲାନ୍‌ । କିନ୍ତୁ କଣ ହେବ ତାର ସବୁ ପ୍ଲାନ୍‌ ଫସର ଫାଟିଗଲା । ବ୍ୟାଙ୍କରୁ ଟଙ୍କା ନେଇ ଫେରାର ହେଉଥିବାବେଳେ ଝାମ୍ପି ପକାଇଲେ ବ୍ୟାଙ୍କ୍‌ କର୍ମଚାରୀ ।ବ୍ୟାଙ୍କ୍‌ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ଏତେ ବଡ ଗୋଟେ ଡକାୟତିରୁ ରକ୍ଷା ପାଇହେଲା । ବଲାଙ୍ଗୀର ଇସାଫ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ ଡକାୟତି ଉଦ୍ୟମ । ଟଙ୍କା ଧରି ବ୍ୟାଙ୍କରୁ ଫେରାର ହେଉଥିବା ବେଳେ ମାଡି ବସିଲେ ବ୍ୟାଙ୍କ କର୍ମଚାରୀ । ଲୁଟେରା ଏକ ବନ୍ଧୁକ ଧରିଥିଲେ ସୁଦ୍ଧା ସାହସ ଦେଖାଇ ମାଡି ବସିଲେ କର୍ମଚାରୀ । ଯାହାପରେ ତାଙ୍କ କପଳରୁ ଆଉ ଖସି ପାରିନଥିଲା ଲୁଟେରା । ପରେ ତାର ହାତ ଗୋଡକୁ ବାନ୍ଧି ପକାଇଥିଲେ କର୍ମଚାରୀ ।

ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲାର ମନ ମୋହନ ପ୍ରଧାନ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି  ଅଭିଯୁକ୍ତକୁ ଅଟକ ରଖି ଏହି ଘଟଣାରେ ଆଉ କିଏ କିଏ ଅଛନ୍ତି ଏନେଇ ତଦନ୍ତ ଜାରି ରଖିଛି ବଲାଙ୍ଗିର ଟାଉନ ପୋଲିସ । ଅଭିଯୁକ୍ତ ଖେଳଣା ବନ୍ଧୁକ ଧରି ଫାଇନାନ୍ସ ବ୍ୟାଙ୍କକୁ ପସି ଲୁଟ କରିବାକୁ ଉଦ୍ୟମ କରିଥିଲା ।